ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ମାଲକାନଗିରି, ୧୪ ସେପ୍ଟେମ୍ବର (ହି.ସ.)- ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର। ଏପରି ଏକ ଘଟଣା ଘଟିଯାଇଛି କାଲିମେଳା ଥାନା ଠାରୁ ମାତ୍ର ୪ କି.ମି. ଦୂର ୩୨୬ ନମ୍ବର ଜାତୀୟ ରାଜପଥର ତେଲେରାଇ ଗ୍ରାମ ଛକ ବୁଲାଣିରେ। ଆନ୍ଧ୍ର ପଟୁ ଏକ ପୁରୁଣା ପୋଡ଼ା ମୋବିଲ ବୋଝେଇ ଅଟୋ କାଲିମେଳା ଅଭିମୁଖ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର।


ମାଲକାନଗିରି, ୧୪ ସେପ୍ଟେମ୍ବର (ହି.ସ.)- ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର। ଏପରି ଏକ ଘଟଣା ଘଟିଯାଇଛି କାଲିମେଳା ଥାନା ଠାରୁ ମାତ୍ର ୪ କି.ମି. ଦୂର ୩୨୬ ନମ୍ବର ଜାତୀୟ ରାଜପଥର ତେଲେରାଇ ଗ୍ରାମ ଛକ ବୁଲାଣିରେ। ଆନ୍ଧ୍ର ପଟୁ ଏକ ପୁରୁଣା ପୋଡ଼ା ମୋବିଲ ବୋଝେଇ ଅଟୋ କାଲିମେଳା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଜଣେ ୧୭ ବର୍ଷୀୟ ଯୁବକର ମୁଣ୍ଡରୁ ଦହି ବାହାରି ଖଣ୍ଡେ ଦୂରରେ ପଡିଥିଲା। ଅନ୍ୟ ଜଣେ ଯୁବକର ଗୋଟିଏ ଗୋଡ଼ ୨ଖଣ୍ଡ ହୋଇଯାଇଥିବାର ଦେଖିବାକୁ ମିଳିଥିଲା। ଖବର ପାଇ କାଲିମେଳା ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ଆହତ ଯୁବକକୁ ମାଲକାନଗିରି ପଠାଇବାର ବ୍ୟବସ୍ଥା କରିଥିଲା। ଅନ୍ୟ ପଟେ ଅଟୋ ଚାଳକକୁ ପୁଲିସ ଥାନାରେ ଅଟକ ରଖିଥିଛି। ମୃତକ ଓ ଗୁରୁତର ଯୁବକଙ୍କ ଘର ପଡିଆ ଥାନା ଅନ୍ତର୍ଗତ ଏମପିଭି ୬୬ ଗ୍ରାମରେ ବୋଲି ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande