ଡିଭାଇଡରରେ ପିଟିହେଲା ବାଇକ, ଦୁଇ ମୃତ
ଖୋର୍ଦ୍ଧା, ୧୪ ସେପ୍ଟେମ୍ବର (ହି.ସ.)- ଗତକାଲି ବିଳମ୍ବିତ ରାତିରେ ହରିଭାଇନା ଛକ ନିକଟରେ ଡିଭାଇଡରରେ ପିଟିହୋଇଛି ଏକ ବାଇକ୍। ଫଳରେ ଘଟଣାସ୍ଥଳରେ ହିଁ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ଜଟଣୀ କୁଦିଆରୀ ଅଞ୍ଚଳର ଓମ୍ ପ୍ରକାଶ ସିଂହ ଏବଂ ଶକ୍ତି ରଞ୍ଜନ ବେହେରା। ଦ୍ରୁତ ଗତି ଓ ବେପରୁଆ ଗାଡ
Accident


ଖୋର୍ଦ୍ଧା, ୧୪ ସେପ୍ଟେମ୍ବର (ହି.ସ.)- ଗତକାଲି ବିଳମ୍ବିତ ରାତିରେ ହରିଭାଇନା ଛକ ନିକଟରେ ଡିଭାଇଡରରେ ପିଟିହୋଇଛି ଏକ ବାଇକ୍। ଫଳରେ ଘଟଣାସ୍ଥଳରେ ହିଁ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ଜଟଣୀ କୁଦିଆରୀ ଅଞ୍ଚଳର ଓମ୍ ପ୍ରକାଶ ସିଂହ ଏବଂ ଶକ୍ତି ରଞ୍ଜନ ବେହେରା। ଦ୍ରୁତ ଗତି ଓ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଜଟଣୀ ପୋଲିସ। ଦୁଇ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ ଖୋର୍ଦ୍ଧା ମେଡିକାଲକୁ ପଠାଇଛି। ଘଟଣାକୁ ନେଇ ଜଟଣୀ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଟଣୀ ହରିଭାଇନା ଛକରେ ଭୟଙ୍କର ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ବାଇକ ଚଳାଇ ଦୁଇ ଯୁବକ ଯାଉଥିଲେ । ନିଜ ଗାଡ଼ିରୁ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇଥିଲେ ।ଫଳରେ ଗାଡ଼ିରେ ଥିବା ଦୁଇ ଜଣ ଯୁବକ ରାସ୍ତାକୁ ଛିଟିକି ପଡିଯାଇଥିଲେ । ଦୁର୍ଘଟଣାରେ ଆହତ ଦୁଇ ବାଇକ ଆରୋହୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଦୁର୍ଘଟଣାରେ ବାଇକଟି ଚୁର୍ମାର ହୋଇଯାଇଛି l

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande