
କେନ୍ଦ୍ରାପଡ଼ା, ୧୪ ସେପ୍ଟେମ୍ବର(ହି.ସ.) – ଆଜିର ଯୁବପୀଢ଼ି ନିଜକୁ ଓ ନିଜ ଶରୀରକୁ ସୁନ୍ଦର ରଖିବା ପାଇଁ ଜିମ୍ ଯାଇଥାନ୍ତି। ସବୁ ଅନୁଷ୍ଠାନର ବାର୍ଷିକ ଉତ୍ସବ ହୋଇଥାଏ କିନ୍ତୁ ଯୁବପିଢ଼ିଙ୍କ ସହ ଜଡ଼ିତ ଅନୁଷ୍ଠାନ କେକ୍ ନକାଟି ପାଳନ କରିବା ଟିକେ ଅଡ଼ୁଆ ଲାଗେ। ଏହିପରି କିଛି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ସହରର ସାନମଙ୍ଗଳା ଛକ ନିକଟରେ ଥିବା ଫିଟ୍ନେସ ଅଡିସନ ଜିମ୍ର କର୍ମକର୍ତା କରିଛନ୍ତି। ଏହି ଜିମ୍ର ମୁଖ୍ୟ ଶ୍ରୀନିବାସ ବେହେରା କହିଛନ୍ତି ପ୍ରକୁତ ଖୁସୀ ସେଇଠି ମିଳିଥାଏ ଯେଉଁଠି ଆଶୀର୍ବାଦ ଥାଏ। ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ରାମନଗର ଖରନାସିରେ ଥିବା ବୃଦ୍ଧାଶ୍ରମରେ ଏହି ଜିମ୍ ସେଂଟରର ଉତ୍ସବ ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନିରେ ପାଳନ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ବୃଦ୍ଧାଶ୍ରମର ପରିଚାଳକ ପବିତ୍ର ପରିଡ଼ା, ଜିମ୍ର ଟ୍ରେନ୍ର ସୁଶାନ୍ତ କୁମାର ବାରିକ, ଦିବ୍ୟରଞ୍ଜନ ସ୍ୱାଇଁ ଓ ପ୍ରିୟରଞ୍ଜନ ସାହୁଙ୍କ ସମେତ ବୟସ୍କ ମା ବାବାମାନେ ଏବଂ ବୃଦ୍ଧାଶ୍ରମର କର୍ମକର୍ତା ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି