ଭଦ୍ରକ ଜିଲାରେ ଗଣପତି ବାବାଙ୍କ ପୂଜୋତ୍ସବ ପାଳିତ
ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ଆଜି ଭଦ୍ରକରେ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ବିଭିନ୍ନ ସ୍ଥାନରେ ବେଶ୍ ଧୁମ୍ଧାମରେ ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ମହିଳା ବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ, ବରପଦା ବୈଷୟିକ ମହାବ
BHADRAK ZILLA GANESH PUJA


ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ଆଜି ଭଦ୍ରକରେ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ବିଭିନ୍ନ ସ୍ଥାନରେ ବେଶ୍ ଧୁମ୍ଧାମରେ ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ମହିଳା ବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ, ବରପଦା ବୈଷୟିକ ମହାବିଦ୍ୟାଳୟ , ମାର୍କୋୱେବ୍ ଟେକ୍ନୋଲୋଜି , ରୟାଲ ଆବାସିକ ମହାବିଦ୍ୟାଳୟ, ଚରମ୍ପା ଅବନ୍ତିକା କଲେଜ, ବିନାୟକ ମହାବିଦ୍ୟାଳୟ, ପ୍ରେସିଡେନ୍ସି ମହାବିଦ୍ୟାଳୟ, ସାଳନ୍ଦୀ ରେସିଡେଂଟିଆଲ, ଆରିହାଂଟ ଏକାଡେମୀ, ଭଦ୍ରକ ଡାକ ମଣ୍ଡଳ ସମେତ ଜିଲ୍ଲା ସ୍କୁଲ, ସରକାରୀ ବାଳିକା ବିଦ୍ୟାଳୟ, ବାଘୁରାଇ ସ୍କୁଲ , ଏନ୍ସି ହାଇସ୍କୁଲ, ଆରସିବିଏଲ୍ ହାଇସ୍କୁଲ, ଚରମ୍ପା ବାଲିକା ବିଦ୍ୟାଳୟ, ନୂଆବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାଳୟ, ସନସାଇନ୍ ସ୍କୁଲ, ସତ୍ୟସାଇ ବିଦ୍ୟା ବିହାର, ବିଦ୍ୟାର୍ଥୀ ଏକାଡେମୀ, ଲଣ୍ଡନ କିଡସ୍, ଏବଂ ଚମ୍ପ୍ୟାୟନ କ୍ଲବ, ଟାଉନ୍ ହଲ ଛକ, ଭଦ୍ରକ ବ୍ଲକ୍ କଲୋନୀ, ଡିଗି ସାହିର ଫ୍ରେଣ୍ଡସ୍ କ୍ଲବ୍, ବଙ୍କସାହି ଯୁବକ ସଂଘ କ୍ଲବ୍, ହିନ୍ଦୁସ୍ଥାନ ସମାଚାର ଅଫିସ୍, ଲୋକନାଥ ମନ୍ଦିର, ଦକ୍ଷିଣଶ୍ୱର କାଳୀ ମନ୍ଦିର ଗଣେଶ, ମଣିସାହି ୟୁଥ୍ କ୍ଲବ୍, ଭଦ୍ରକ ଠିକାଦାର ସଂଘ ଭଳି ବିଭିନ୍ନ ସ୍ଥାନରେ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ଶଙ୍ଖ ଓ ଘଂଟଣ୍ଟଧ୍ୱନି ମଧ୍ୟରେ ଆରମ୍ଭ ହୋଇଛି । ମାକ୍ରୋୱେବ୍ ଟେକ୍ନୋଲୋଜିର ଆଇଟି ଏଜୁକେଶନ ଡିଭିଜନ ପକ୍ଷରୁ ନିର୍ଦ୍ଦେଶିକା ନମ୍ରତ ରାୟ, ପରିଚାଳନା ନିର୍ଦ୍ଦେଶକ ମନୋଜ ରାୟଙ୍କ ସମେତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହର ସହ ବିଘ୍ନ ବିନାଶକଙ୍କ ପୂଜୋତ୍ସବ ପାଳିତ ହୋଇଛି। ଭଦ୍ରକର ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ଭଦ୍ରକ ବାସଭବନରେ ଆୟୋଜିତ ଶ୍ରୀଗଣେଶ ପୂଜା ଓ ବନ୍ଧୁ ମିଳନ ଉତ୍ସବରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande