
ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ଏମଏମଡିଆର ପ୍ରସଙ୍ଗରେ ଅର୍ଥନୈତିକ ଅବରୋଧ କରିବାକୁ ବିଜେଡି ଚେତାବନୀ ଦେଇଛି। ବିଜେଡି ବିଧାୟକ ଅରୁଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଏମଏମଡିଆର ଆଇନ୍ ପ୍ରତ୍ୟାହାର କରୁ, ନଚେତ୍ ଆନ୍ଦୋଳନ କରିବୁ -ଅର୍ଥନୈତିକ ଅବରୋଧ, ବାଣିଜ୍ୟିକ ଅବରୋଧ ସହ ଆନ୍ଦୋଳନ କରାଯିବ। ୨୦୦୫ରୁ ୨୦୨୬ ଯାଏ ବାକିଆ ଲକ୍ଷେ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ରାଜ୍ୟ ହରାଇଲା । ପୂର୍ବରୁ ଖଣି ଖଣିଜ ସମ୍ପଦ ଥିଲା ବୋଲି ପୁଞ୍ଜି ନିବେଶକାରୀ ରାଜ୍ୟକୁ ଆସୁଥିଲେ । ସେ କ୍ଷମତା ଯେତେବେଳେ କେନ୍ଦ୍ର ପାଖକୁ ଗଲା, ଆଉ ରାଜ୍ୟକୁ ପୁଂଜି ନିବେଶକାରୀ ଆସିବେ ତ ବୋଲି ବିଜେଡି ପ୍ରଶ୍ନ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା