
କେନ୍ଦ୍ରାପଡ଼ା, ୧୪ ସେପ୍ଟେମ୍ବର(ହି.ସ.) – ଅସୁସ୍ଥ ଦିବାକର ମହାନ୍ତିଙ୍କୁ ଭେଟିଲେ ବଳଦେବଜୀଉ ସେବାୟତ ଜନ୍ମୋତ୍ସବ ଭଜନ ସମାରୋହ ପରିଷଦ ସଦସ୍ୟ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ତଥା କେନ୍ଦ୍ରାପଡ଼ା ମାଟିର ସୁଯୋଗ୍ୟ ସନ୍ତାନ ଦିବାକର ମହାନ୍ତିଙ୍କୁ ବଳଦେଜୀଉଙ୍କ ସେବକ ଜନ୍ମୋତ୍ସବ ଭଜନ ସମାରୋହ ସଭାପତି ତଥାଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା ସଦସ୍ୟ ସଞ୍ଜୟ ସେନା ପତି କୁନା ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଭୁବନେଶ୍ୱରସ୍ଥିତ ବାସଭବନରେ ଭେଟି ଶ୍ରୀଜୀଉଙ୍କ ଅଙ୍ଗବସ୍ତ୍ର ମହାପ୍ରସାଦ ଦେଇ ପ୍ରଭୁ ବଳଦେବଜୀଉଙ୍କ ନିକଟରେ ଆସୁ ଆରୋଗ୍ୟ କାମନା କରିଥିଲେ ପାଖରେ ତାଙ୍କ ସୁପୁତ୍ର ଏବଂ କନ୍ୟା ମଧ୍ୟ ଉପସ୍ଥିତ ଥିଲେ ମହାନ୍ତି ବଳଦେବଜୀଉଙ୍କ ଭଜନ ଗାଇବା ସହ ତାଙ୍କ କଣ୍ଠରୁ ବହୁତ୍ ହୃଦୟସ୍ପର୍ଶୀ ଗୀତ ଓଡ଼ିଶାବାସୀଙ୍କ ମନରେ ଛୁଇଁ ପାରୁଥିଲା ଓଡ଼ିଶା ସଙ୍ଗୀତ ଜଗତର ଆଗଧାଡ଼ିର କଣ୍ଠଶିଳ୍ପୀ ଭାବେ ପରିଚିତ ଥିଲେ। କିଛି ମାସ ହେବ ଶ୍ରୀ ମହାନ୍ତିଙ୍କ ଶରୀର ଅସୁସ୍ଥ ହେବାରୁ ସେ ଶଯ୍ୟା ସାଇ ହୋଇ ତାଙ୍କ ବାସଭବନରେ ଚିକିତ୍ସିତ ହେଉଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି