ଭୁବନରେ ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ : ୨୧ଟି ମଣ୍ଡପରେ ବିରାଜିଲେ ପ୍ରଭୁ ଗଜାନନ, ବୃନ୍ଦାବନ ପ୍ରେମ ମନ୍ଦିର ମୁଖ୍ୟ ଆକର୍ଷଣ
ଭୁବନ, ୧୪ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ଦ୍ଵିତୀୟ ଦଶହରାର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହୋଇଛି । ଗୋଲ୍ଡେନ କ୍ଲବ, ଗ୍ଲୋରୀୟସ କ୍ଲବ, ନାଇସ କ୍ଲବ, ଡାଇନାମିକ୍ କ୍ଲବ, ରକ୍ ଗଣପତ୍ କ୍ଲବ, ଡାଜଳିଂ କ୍ଲବ, ରୟାଲିୟନସ କ୍ଲବ, ଫ୍ରେଣ୍ଡସିପ କ୍ଲବ, ସୂର୍ଯନ୍
ପ୍ରେମ୍ ମନ୍ଦିର


ଗଣେଶ ପୂଜା


ଭୁବନ, ୧୪ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ଦ୍ଵିତୀୟ ଦଶହରାର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହୋଇଛି । ଗୋଲ୍ଡେନ କ୍ଲବ, ଗ୍ଲୋରୀୟସ କ୍ଲବ, ନାଇସ କ୍ଲବ, ଡାଇନାମିକ୍ କ୍ଲବ, ରକ୍ ଗଣପତ୍ କ୍ଲବ, ଡାଜଳିଂ କ୍ଲବ, ରୟାଲିୟନସ କ୍ଲବ, ଫ୍ରେଣ୍ଡସିପ କ୍ଲବ, ସୂର୍ଯନ୍ସ କ୍ଲବ, ଏକ୍ସାଇଟେଡ୍ କ୍ଲବ, ରିବିଲିୟନ୍ସ କ୍ଲବ, ମୁନଷ୍ଟାର କ୍ଲବ, କିଙ୍ଗଷ୍ଟାର କ୍ଲବ, ଡେଭିଲ କ୍ଲବ, ବ୍ରିଲିଆଣ୍ଟ କ୍ଲବ, ସ୍ପାର୍କଲର୍ କ୍ଲବ, ଗ୍ୟାଙ୍ଗଷ୍ଟାର କ୍ଲବ, ୱାରିଅର କ୍ଲବ୍, ଟାଇଟେନ୍ସ କ୍ଲବ୍, ଗ୍ଲାଡିଏଟର କ୍ଲବ୍, ହଣ୍ଟର କ୍ଲବ୍ ଓ ମେଲଣ କମିଟି ପ୍ରଭୃତି ୨୧ଟି ମଣ୍ଡପରେ ପ୍ରଭୁ ଗଜାନନ ବିରାଜ ମାନ କରିଛନ୍ତି । ବିଭିନ୍ନ ମଣ୍ଡପରେ ପୌରାଣିକ କଥାବସ୍ତୁ ଆଧାରରେ ମୂର୍ତ୍ତି ତିଆରି ହୋଇଛି । ଗତ ବର୍ଷ ରୟାଲିୟନ୍ସ କ୍ଲବ ଅଯୋଧ୍ୟା ରାମ ମନ୍ଦିର କରି ସମଗ୍ର ରାଜ୍ୟରେ ଚର୍ଚ୍ଚାକୁ ଆସିଥିବା ବେଳେ ଚଳିତ ବର୍ଷ ଫ୍ରେଣ୍ଡସିପ କ୍ଲବ ୧୨ ବର୍ଷ ପୂର୍ତ୍ତି ଗଣେଶ ପୂଜା ପାଳନ କରୁଥିବାରୁ ହାଇସ୍କୁଲ ପଡ଼ିଆରେ ବୃନ୍ଦାବନ ପ୍ରେମ ମନ୍ଦିରର ଅବିକଳ ନକଲ ନିର୍ମାଣ କରି ବେଶ୍ ଚର୍ଚ୍ଚାକୁ ଆସିଛି । ସଭାପତି ଜୀବନ ଜ୍ୟୋତି ପୃଷ୍ଟିଙ୍କ ସମେତ ଚିନ୍ମୟ ପୃଷ୍ଟି, ଗୋପାଳ ନାୟକ, ଦିନେଶ ଦାସ, ସୁବ୍ରତ କୁମାର ସାହୁ, ମୁନା ନାୟକ, ଆଶିଷ କୁମାର ଦାସ, ଅଜୟ ପୃଷ୍ଟି, ବୁନୁ ସାହୁ, ଶ୍ରୀକାନ୍ତ ବେହେରା, ସ୍ୱର୍ଣ୍ଣ ରଞ୍ଜନ ପୃଷ୍ଟି, ବିକାଶ ସାଥୁଆ ମହାପାତ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି । ପେଟ୍ରୋଲ ପମ୍ପ ( ବାଇପାସ୍ ) ଛକରୁ କାଳୀ ବଜାର, ଅରବିନ୍ଦ ମାର୍ଗରୁ ନୂଆ ବଜାର (ବସଷ୍ଟାଣ୍ଡ) ପର୍ଯ୍ୟନ୍ତ ସୁଉଚ୍ଚ ତୋରଣ, ଆକର୍ଷଣୀୟ ସାଜସଜ୍ଜା ସହିତ ରଙ୍ଗୀନ ଆଲୋକମାଳାରେ ଭୁବନ ଝଲସୁଛି । ଦୋଳି, ମିନା ବଜାର, ଠୁଙ୍କା ପୁରୀ, କଟକ ଚାଟ୍, ହରେକ୍ ମାଲ ଦୋକାନ ଗଣେଶ ପୂଜାକୁ ଅଧିକ ଆକର୍ଷଣୀୟ କରୁଛି । ପ୍ରଥମ ଦିନରୁ ଅସମ୍ଭବ ଭିଡ ହୋଇଛି ଓ ପୋଲିସ ତରଫରୁ ଭିଡ ନିୟନ୍ତ୍ରଣ କରାଯାଉଛି । ଗଣେଶ ମେଲଣ ମହୋତ୍ସବ କମିଟି ୨୩ ଓ ୨୪ ତାରିଖ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ସେପ୍ଟେମ୍ବର ୨୫ ତାରିଖ ଦିନ ମିଳିତ ଭସାଣି ଉତ୍ସବ ଅନୁଷ୍ଠିତ ହେବ ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande