ପ୍ରଧାନମନ୍ତ୍ରୀଙ୍କ ପାଇଁ ଆଶୀର୍ବାଦର ଦୀପ ପ୍ରଜ୍ଜ୍ୱଳିତ କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନ'' ଆରମ୍ଭ ହେବ। ଏହି ଅଭିଯାନରେ ସେବା ଜ୍ୟୋତି ଯାତ୍ରା, ନମୋ ସେବା ଗାଥା, ସ୍ୱପ୍ନର ଭାରତ କାର୍ଯ୍ୟକ୍ରମ ହେବ। ବିକଶିତ ଭାରତ ସଂକଳ୍ପ ଯାତ୍ରା, ବୃକ୍ଷରୋପଣ ଓ ରକ୍ତଦାନ
ykfj


ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନ' ଆରମ୍ଭ ହେବ। ଏହି ଅଭିଯାନରେ ସେବା ଜ୍ୟୋତି ଯାତ୍ରା, ନମୋ ସେବା ଗାଥା, ସ୍ୱପ୍ନର ଭାରତ କାର୍ଯ୍ୟକ୍ରମ ହେବ। ବିକଶିତ ଭାରତ ସଂକଳ୍ପ ଯାତ୍ରା, ବୃକ୍ଷରୋପଣ ଓ ରକ୍ତଦାନ ଶିବିର କରାଯିବ। ଓଡ଼ିଶାରେ ଆଶୀର୍ବାଦର ଦୀପ' କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ପାଇଁ ଆଶୀର୍ବାଦର ଦୀପ' ପ୍ରଜ୍ଜ୍ୱଳିତ କରିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସକାଳେ କିମ୍ବା ସନ୍ଧ୍ୟାରେ ନିଜ ଘର, ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳିତ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନର ପ୍ରାର୍ଥନା କରିବା ଏବଂ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ୍ କରିବାକୁ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତାରେ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୫୦ ବର୍ଷର ନିରବଚ୍ଛିନ୍ନ ସେବା-ତପସ୍ୟା ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ୨୫ ବର୍ଷର ଅଦମ୍ୟ ନେତୃତ୍ୱ ଆଜି ସମଗ୍ର ଭାରତବର୍ଷକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ିତୋଳିଛି। ଆସନ୍ତା ସେପ୍େଟମ୍ବର ୧୭ ତାରିଖରେ ତାଙ୍କର ୭୬ତମ ଜନ୍ମଦିନ ଅବସରରେ ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନ' ଆରମ୍ଭ ହେଉଛି, ଯେଉଁଥିରେ ସେବା ଜ୍ୟୋତି ଯାତ୍ରା', ନମୋ ସେବା ଗାଥା', ସ୍ୱପ୍ନର ଭାରତ', ପରିବର୍ତନର କାହାଣୀ', ବିକଶିତ ଭାରତ ସଂକଳ୍ପ ଯାତ୍ରା', ବୃକ୍ଷରୋପଣ ଓ ରକ୍ତଦାନ ଶିବିର ପରି ଅନେକ ମହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ସେବା ସଂକଳ୍ପ ଅଭିଯାନ ଅବସରରେ ୧୭ ତାରିଖ ଦିନ ସାରା ଓଡ଼ିଶାରେ ଆଶୀର୍ବାଦର ଦୀପ' କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମୋର ଅନୁରୋଧ, ଆପଣମାନେ ସେଦିନ ସକାଳେ କିମ୍ବା ସନ୍ଧ୍ୟାରେ ନିଜ ଘର, ମନ୍ଦିର କିମ୍ବା କୌଣସି ପ୍ରମୁଖ ସ୍ଥାନରେ ଗୋଟିଏ ଆଶୀର୍ବାଦର ଦୀପ' ପ୍ରଜ୍ଜ୍ୱଳିତ କରନ୍ତୁ। ଯଦି ଆପଣ କୌଣସି ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀ, ତେବେ ନିଜର ଶୁଭେଚ୍ଛା ବାର୍ତା ସହ ମୋଦୀଜୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ । ସେହି ସୁନ୍ଦର ମୁହୂର୍ତର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ୍ କରି ସେଆର୍ କରନ୍ତୁ।

ଆପଣମାନଙ୍କର ଏହି ଆଶୀର୍ବାଦ ଓ ସହଯୋଗ ମୋଦୀଜୀଙ୍କ ସଂକଳ୍ପକୁ ଆହୁରି ଶକ୍ତିଶାଳୀ କରିବ ଏବଂ ଦେଶର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande