ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ତିନି ଦିନିଆ ଯାତ୍ରାରେ ପହଂଚିଲେ ଭୁଟାନ
ନୂଆଦିଲ୍ଲୀ, ୧୪ ସେପ୍େଟମ୍ବର (ହି.ସ.)- ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ତିନି ଦିନିଆ ଯାତ୍ରାରେ ସୋମବାର ଭୁଟାନ ପହଂଚିଛନ୍ତି। ତାଙ୍କର ଏହି ଯାତ୍ରା ୧୪ରୁ ୧୬ ସେପ୍େଟମ୍ବର ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ଭାରତ ଏବଂ ଭୁଟାନର ନିର୍ବାଚନ ଆୟୋଗ ମଧ୍ୟରେ ସହଯୋଗ ବୃଦ୍ଧି କରିବା ସହ ନିର୍ବାଚନୀ
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ତିନି ଦିନିଆ ଯାତ୍ରାରେ ପହଂଚିଲେ ଭୁଟାନ


ନୂଆଦିଲ୍ଲୀ, ୧୪ ସେପ୍େଟମ୍ବର (ହି.ସ.)- ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ତିନି ଦିନିଆ ଯାତ୍ରାରେ ସୋମବାର ଭୁଟାନ ପହଂଚିଛନ୍ତି। ତାଙ୍କର ଏହି ଯାତ୍ରା ୧୪ରୁ ୧୬ ସେପ୍େଟମ୍ବର ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ଭାରତ ଏବଂ ଭୁଟାନର ନିର୍ବାଚନ ଆୟୋଗ ମଧ୍ୟରେ ସହଯୋଗ ବୃଦ୍ଧି କରିବା ସହ ନିର୍ବାଚନୀ ପ୍ରକ୍ରିୟା ସହ ଜଡିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ।

ନିର୍ବାଚନ ଆୟୋଗ ଅନୁଯାୟୀ, ଜ୍ଞାନେଶ କୁମାର ସୋମବାର ଥିମ୍ଫୁରେ ଭୁଟାନର ରାଜାଙ୍କ ସହ ସାକ୍ଷାତ କରିବେ। ଯାତ୍ରା ସମୟରେ ୧୫ ସେପ୍େଟମ୍ବରରେ ପାରୋସ୍ଥିତ ଜିଗ୍ମେ ସିଙ୍ଗ୍ୟେ ୱାଙ୍ଗଚୁକ ସ୍କୁଲ ଅଫ ଲ’ରେ ଆୟୋଜିତ ଭୁଟାନର ଜାତୀୟ ମତଦାତା ଦିବସ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେ ୧୬ ସେପ୍େଟମ୍ବରରେ ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେଙ୍କ ସହ ସାକ୍ଷାତ କରିବେ। ଏହା ବ୍ୟତୀତ ସେ ଭୁଟାନର ବରିଷ୍ଠ ସିଭିଲ ସେବକମାନଙ୍କ ସହ ମଧ୍ୟ ଆଲୋଚନା କରିବେ।

ନିର୍ବାଚନ ଆୟୋଗ କହିଛି ଯେ ଏହି ଯାତ୍ରା ଦୁଇ ଦେଶର ନିର୍ବାଚନ ଆୟୋଗ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଆସୁଥିବା ପ୍ରତିଷ୍ଠାନଗତ ସହଯୋଗକୁ ଆହୁରି ମଜବୁତ କରିବାରେ ସହାୟକ ହେବ।

-----------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande