
ମୁମ୍ବାଇ, ୧୪ ସେପ୍ଟେମ୍ବର(ହି.ସ.) – ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସରକାରୀ ଭାଷା ବିଭାଗ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି)ର ହିନ୍ଦୀ ହୋମ୍ ମାଗାଜିନ୍ ପ୍ରବର୍ତନ ସନ୍ଦେଶ'କୁ ଚଳିତ ବର୍ଷ ପାଇଁ ସମ୍ମାନଜନକ ରାଜଭାଷା କୀର୍ତି ପୁରସ୍କାର' (ଏ' କ୍ଷେତ୍ରରେ ଦ୍ୱିତୀୟ ପୁରସ୍କାର) ପ୍ରଦାନ କରିଛି।
ମୁମ୍ବାଇରେ ଆୟୋଜିତ ହିନ୍ଦୀ ଦିବସ-୨୦୨୬' ଏବଂ ଷଷ୍ଠ ସର୍ବଭାରତୀୟ ସରକାରୀ ଭାଷା ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବି. ସଞ୍ଜୟ କୁମାର ଏବଂ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିଥିଲେ।
ଇଡି ଅନୁଯାୟୀ, ପ୍ରବର୍ତନ ସନ୍ଦେଶ ହେଉଛି ଏଜେନ୍ସିର ଆଭ୍ୟନ୍ତରୀଣ ହିନ୍ଦୀ ପତ୍ରିକା, ଯାହା ମାଧ୍ୟମରେ ନିର୍ଦ୍ଦେଶାଳୟର କ୍ଷେତ୍ର ସହିତ ଜଡ଼ିତ ଜଟିଳ ଆଇନଗତ, ଆର୍ôଥକ ଏବଂ ଅନୁସନ୍ଧାନକାରୀ ବୈଷୟିକ ବିଷୟ ତଥା ରାଜଭାଷା ହିନ୍ଦୀ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ଏକ ସରଳ, ସ୍ୱଜ୍ଞାତ ଏବଂ ପ୍ରଭାବଶାଳୀ ଭାଷାରେ ଉପସ୍ଥାପନ କରାଯାଏ। ଏହି ପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ଦ୍ଦେଶାଳୟର ବହୁମୁଖୀ କାର୍ଯ୍ୟକୁ ସାଧାରଣ ଜନତା ଏବଂ ଅଧିକାରୀମାନଙ୍କ ସମ୍ମୁଖରେ ହିନ୍ଦୀରେ ଆଣିବା ସହିତ ସରକାରୀ କାର୍ଯ୍ୟରେ ସରକାରୀ ଭାଷାର ପ୍ରଗତିଶୀଳ ବ୍ୟବହାରକୁ ସଶକ୍ତ କରିବା।
୨୦୨୫-୨୬ ବର୍ଷରେ ପ୍ରକାଶିତ ପତ୍ରିକାର ୯ମ ସଂସ୍କରଣର ମୁଖ୍ୟ ବିଷୟବସ୍ତୁ ଥିଲା ଆତଙ୍କବାଦୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ଇଡି ଅଭିଯାନ'। ଏଥିରେ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ, ଆର୍ôଥକ ଅପରାଧ ଏବଂ ଦେଶର ଆର୍ôଥକ ଓ ଜାତୀୟ ସୁରକ୍ଷା ସହ ଜଡ଼ିତ ସମ୍ବେଦନଶୀଳ ଦିଗଗୁଡ଼ିକ ବିରୋଧରେ ଏଜେନ୍ସିର କାର୍ଯ୍ୟାନୁଷ୍ଠାନ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଥିଲା। ସଂଖ୍ୟା-୧୦ର କେନ୍ଦ୍ରୀୟ ବିଷୟବସ୍ତୁ ଥିଲା ଜନସ୍ୱାର୍ଥରୁ ଦେଶ ସ୍ୱାର୍ଥ ପର୍ଯ୍ୟନ୍ତ: ଇଡି' ର ପୀଡ଼ିତ-କୈନ୍ଦ୍ରିକ କାର୍ଯ୍ୟାନୁଷ୍ଠାନ ଏବଂ ରିଲିଫ୍'। ଆର୍ôଥକ ଠକେଇର ଶିକାର ହୋଇଥିବା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା, ଅପରାଧର ଆୟର ସନ୍ଧାନ କରିବା, ଜବତ କରିବା ଏବଂ ସମ୍ପତିର ଚୂଡ଼ାନ୍ତ ଫେରସ୍ତ ସୁନିଶ୍ଚିତ କରିବା ଦିଗରେ ଇଡି-ର ନ୍ୟାୟିକ-କୈନ୍ଦ୍ରିକ କାର୍ଯ୍ୟଶୈଳୀ ଉପରେ ଏହା ଆଲୋକପାତ କରିଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି