

ସମ୍ବଲପୁର, ୧୪ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବୁର୍ଲା ଥାନା ପୋଲିସ ଚଢ଼ଉ କରି ବେଆଇନ ବିକ୍ରି ପାଇଁ ମହଯୁଦ କଫ୍ ସିରପ୍ ଓ ଦେଶୀ ମଦ କାରବାରରେ ଚଢ଼ାଉ କରିଛି। ପୋଲିସର ଏହି ଚଢ଼ାଉରେ ବିପୁଳ ପରିମାଣର କଫ୍ ସିରପ୍ ଓ ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ବୁର୍ଲା ମେଡ଼ିକାଲ କଲୋନୀର ପ୍ରଶାନ୍ତ ରଣାର ପୁଅ ଭୋଲେଶ୍ୱର ଓରଫ ଭୋଲା ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ ବୁର୍ଲା ଥାନାରେ ପୋଲିସ ୩୮୬/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସେପ୍ଟେମ୍ବର ୧୩ ତାରିଖ ରାତି ସାଢ଼େ ୯ଟାବେଳେ ବୁର୍ଲା ଥାନାର ଏସ୍ଆଇ ଏସ୍.ଏସ୍. ପାତ୍ର ଓ ପୁଲିସ ଟିମ୍ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏହି ଚଢ଼ଉ କରିଥିଲେ। ଚଢ଼ାଉବେଳେ ପୋଲିସ ଅଭିଯୁକ୍ତ ନିକଟରୁ ୩୮ଟି ସିଲ୍ ହୋଇଥିବା ୱିନସରେକ୍ସ କଫ୍ ସିରପ୍ ବୋତଲ(ପ୍ରତି ବୋତଲରେ ୧୦୦ ମି.ଲି.) ,୨୦ଟି ବାର୍ଡ଼ ଛାପ ଓଏସ୍ ମଦ ପାଉଚ୍, ୬ଟି ଖୋଲା କ୍ୟାପ୍ ପ୍ରତିଟିରେ ୨୦୦ ମି.ଲି. ଓ କିଛି ତରଳ ପଦାର୍ଥ ଜବତ କରିଥିଲା। ପୋଲିସ ଏସମ୍ପର୍କରେ ୩୮୬/୨୬ ମାମଲାରେ ଭୋଲାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ