
ନୂଆଦିଲ୍ଲୀ, ୧୪ ସେପ୍େଟମ୍ବର (ହି.ସ.)- କଡକଡଡୁମା କୋର୍ଟର ଆଡିସନାଲ ସେସନ୍ସ ଜଜ ପ୍ରବୀଣ ସିଂହ ୨୦୨୦ ମସିହାରେ ଉତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ସମୟରେ ଭଜନପୁରାର ପେଟ୍ରୋଲ ପମ୍ପରେ ହୋଇଥିବା ହିଂସା ମାମଲାରେ ପାଂଚ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ, କୋର୍ଟ ଏହି ଅଭିଯୁକ୍ତମାନଙ୍କୁ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟାଇବାର ଅଭିଯୋଗରୁ ଦୋଷମୁକ୍ତ କରିଛନ୍ତି।
କୋର୍ଟ ଆରିଫ, ମହମ୍ମଦ ଖାଲିଦ, ଅବ୍ଦୁଲ ସତାର, ତନବୀର ଅଲୀ ଏବଂ ହୁନୈନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଭାରତୀୟ ଦଣ୍ଡ ସଂହିତାର ଧାରା ୧୪୭, ୧୪୮, ୧୫୨, ୧୮୬ ଏବଂ ୩୫୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୋଜନ ପକ୍ଷ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଅଭିଯୋଗ ଏହା ପ୍ରମାଣ କରିଛି ଯେ ସେମାନେ ଡ୍ୟୁଟିରେ ନିୟୋଜିତ ପୋଲିସକର୍ମୀଙ୍କ ବିରୋଧରେ ଆକ୍ରମଣ କରୁଥିବା ଭିଡ଼ର ଅଂଶ ଥିଲେ। ଆକ୍ରମଣ କରିବା ପରେ ପୋଲିସକର୍ମୀମାନେ କୌଣସିମତେ ପେଟ୍ରୋଲ ପମ୍ପର କାନ୍ଥ ଡେଇଁ ପଳାଇଥିଲେ।
ଦିଲ୍ଲୀ ପୋଲିସ ଅନୁଯାୟୀ ୨୪ ଫେବୃଆରୀ, ୨୦୨୦ରେ ଏକ ସୂଚନା ମିଳିଥିଲା ଯେ ଭଜନପୁରା ଥାନା ଅଂଚଳ ଅଧୀନରେ ଯମୁନା ବିହାର ସର୍ଭିସ ରୋଡରେ ଦିଲ୍ଲୀ ଡିଜେଲ୍ସ ନାମକ ପେଟ୍ରୋଲ ପମ୍ପରେ ବହୁ ସଂଖ୍ୟାରେ ଭିଡ଼ ଏକତ୍ରିତ ହୋଇଛି। ସୂଚନା ପରେ ଘଟଣାସ୍ଥଳରେ ପହଂଚିଥିବା ପୋଲିସ ଦେଖିଥିଲା ଯେ ଶହେରୁ ଦେଢ଼ଶହ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଛନ୍ତି। ଏମାନେ ସମସ୍ତେ ଚାନ୍ଦ ବାଗ ଅଂଚଳରୁ ରାସ୍ତା ପାର ହୋଇ ଆସିଥିଲେ ଏବଂ ନାଗରିକତା ସଂଶୋଧନ ଆଇନ ବିରୋଧରେ ନାରା ଦେଉଥିଲେ। ଏହି ମାମଲାର ଟ୍ରାଏଲ ସମୟରେ ଅଭିଯୋଜନ ପକ୍ଷ ୨୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲା, ଯେଉଁଥିରେ କୋର୍ଟ ଆଠ ଜଣଙ୍କ ବୟାନ ଉପରେ ଭରସା କରିଥିଲେ, ଯେଉଁଥିରେ ପାଂଚ ଜଣ ପୋଲିସକର୍ମୀ ଏବଂ ଅନ୍ୟମାନେ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ବୟାନ ଥିଲା। ଏହି ସମସ୍ତଙ୍କ ବୟାନ ପରସ୍ପର ବିରୋଧାଭାସୀ ନଥିଲା।
--------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ