
ଗଞ୍ଜାମ, ୧୪ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ଗୋପାଳପୁର ଥାନା ପୋଲିସ ମୋଟର ଯାନ ଆଇନ ଓ ମଦ୍ୟପାନ କରି ଗାଡି ଚଳାଚଳ ଯାଞ୍ଚ କରି ୧୫ଟି ଗାଡି ଜବତ କରିଛି ଓ ୧୫ ଜଣ ଚାଳକଙ୍କୁ ଅଟକ ରଖିଛି। ଜବତ ଗାଡି ମଧ୍ୟରେ ୧୪ଟି ବାଇକ ଓ ୧ଟି କାର ଅଛି। ବରହମପୁର ପୋଲିସ ଜିଲ୍ଲାର ବେପରୁଆ ଚାଳନା, ନିଶାଗ୍ରସ୍ତ ଚାଳନା ଓ ବିନା କାଗଜପତ୍ରରେ ଗାଡି ଚାଳନା ରୋକିବା ପାଇଁ ଏହି ଅଭିଯାନ କରାଯାଇଛି।
ଯାଞ୍ଚ ବେଳେ ଡ୍ରାଇଭିଂ ଲାଇସେନ୍ସ, ଆରସି, ଇନସୁରାନ୍ସ, ହେଲମେଟ, ସିଟବେଲ୍ଟ ଓ ନିଶା ପରୀକ୍ଷା କରାଯାଇଥିଲା। ସନ୍ଦେହ ହେଲେ ବ୍ରେଥ ଆନାଲାଇଜର ବ୍ୟବହାର କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ