ସ୍ୱାଧୀନତା ସଂଗ୍ରାମୀ ବିନୋବା ଭାବେଙ୍କ ଜୟନ୍ତୀ ପାଳିତ
କେନ୍ଦ୍ରାପଡ଼ା, ୧୪ ସେପ୍ଟେମ୍ବର(ହି.ସ.) – ଚିନ୍ତାମଣି ଓ ରୁକ୍ମିଣୀ ଦେବୀ ସ୍ମାରକୀ ନ୍ୟାସ ମଧୁସାଗର ବିଦ୍ୟାପୀଠରେ ପୁରାତନ ଛାତ୍ରଛାତ୍ରୀ ସଂସଦ ମିଳିତ ଉଦ୍ୟମରେ ଗାନ୍ଧୀପନ୍ଥୀ, ସ୍ୱାଧିନତା ସଂଗ୍ରାମୀ ଆଚାର୍ୟ୍ୟ ବିନୋବା ଭାବେଙ୍କ ଜୟନ୍ତୀ ଉôସବ ଅଙ୍ଗୁଳାଇ ଗ୍ରାମ ଦେବୀ ମା ତାରିଣୀ ପୀଠରେ ସ୍ମାରକୀ ନ୍
ସ୍ୱାଧୀନତା ସଂଗ୍ରାମୀ ବିନୋବା ଭାବେଙ୍କ ଜୟନ୍ତୀ ପାଳିତ


କେନ୍ଦ୍ରାପଡ଼ା, ୧୪ ସେପ୍ଟେମ୍ବର(ହି.ସ.) – ଚିନ୍ତାମଣି ଓ ରୁକ୍ମିଣୀ ଦେବୀ ସ୍ମାରକୀ ନ୍ୟାସ ମଧୁସାଗର ବିଦ୍ୟାପୀଠରେ ପୁରାତନ ଛାତ୍ରଛାତ୍ରୀ ସଂସଦ ମିଳିତ ଉଦ୍ୟମରେ ଗାନ୍ଧୀପନ୍ଥୀ, ସ୍ୱାଧିନତା ସଂଗ୍ରାମୀ ଆଚାର୍ୟ୍ୟ ବିନୋବା ଭାବେଙ୍କ ଜୟନ୍ତୀ ଉôସବ ଅଙ୍ଗୁଳାଇ ଗ୍ରାମ ଦେବୀ ମା ତାରିଣୀ ପୀଠରେ ସ୍ମାରକୀ ନ୍ୟାସର ସଭାପତି ହୃଦାନନ୍ଦ ରାଉତଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ପ୍ରଥମେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ସର୍ବ ଧର୍ମ ପ୍ରାର୍ଥନା କରାଯାଇଥିଲା। ସ୍ମୃତି ସଭାରେ ପୁରାତନ ଛାତ୍ର ସଂସଦର ସଭାପତି ପ୍ରହ୍ଲାଦ ଚନ୍ଦ୍ର ସ୍ୱାଇଁ, ସ୍ମାରକୀ ନ୍ୟାସର ସଂପାଦକ ତଥା ପୁରାତନ ଛାତ୍ର ସଂସଦର ସଂପାଦକ ଭ୍ରମର ରାଉତ, ସଭ୍ୟ ଅରବିନ୍ଦ ସ୍ୱାଇଁ, କେଶବ ଚରଣ ଲେଙ୍କା, ବଳରାମ ଜେନା, ପ୍ରଭାସ ଚନ୍ଦ୍ର ଦାସ, ନୀଳ ମାଧବ ରାଉତ, ଧ୍ରୁବ ଚରଣ ସାହୁ, ସୁଧୀର ରଞ୍ଜନ ବାରିକ, ବୈଷ୍ଣବ ଖଣ୍ଡୁଆଳ, ତରଣୀ ସେନ ମଲ୍ଲିକ, ପ୍ରହ୍ଲାଦ ଦାସ ପ୍ରମୁଖ ଯୋଗଦେଇ ବିନୋବା ଭାବେଙ୍କ ଆଦର୍ଶ ଜୀବନ ଧାର ସ୍ୱାଧୀନତା ସଂଗ୍ରାମରେ ଥିବା ଭୂମିକା, ଭୂଦାନ ଆନେ୍ଦାଳନ ମାଧ୍ୟମରେ ଭୂମିହୀନ ଲୋକଙ୍କୁ ଜମି ବଂଟନ କରି ସ୍ମରଣୀୟ ରହିଥିବା ବକ୍ତାମାନେ କହିଥିଲେ। ମଧୁସାଗର ବିଦ୍ୟାପୀଠରେ ରହଣି ସମୟର ବିଭିନ୍ନ ଘଟଣା ଉପରେ ଆଲୋଚନା କରାଯାଇଥିଲା। ପ୍ରଭାସ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande