
ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ଚଳିତବର୍ଷ ରସୁଲଗଡ ଜି.ଜି.ପି କଲୋନୀ ଠାରେ ଆଲିଆନ୍ସ ସେବା ସଙ୍ଘ ତରଫରୁ ୧୯ତମ ଗଣେଶ ପୂଜା ଉଦଘାଟନ ହୋଇଯାଇଛି। ସଂଘ ତରଫରୁ ପ୍ରଥମ ଥର ପାଇଁ ମୁଖ୍ୟ ଆକର୍ଷଣ ଭାବେ ୪୦ ଫୁଟ ର ମା ଦୁର୍ଗାଙ୍କ ରାକ୍ଷସ ବଦ୍ଧ ଥିମ୍ ରେ ଗଣେଶଙ୍କ ମୂର୍ତି ସ୍ଥାପନ କରାଯାଇଛି। ପ୍ରଥମ ଦିନରେ ସଂଘର ସମସ୍ତ କର୍ମକର୍ତା ଉପସ୍ଥିତ ରେ ଅଗ୍ର ଦେବତା ଗଣେଶଙ୍କ ପୂଜା ସମ୍ପନ୍ନ ହେବା ସହିତ ପୂଜା ର ପ୍ରଥମ ଦିନରୁ ସନ୍ଧ୍ୟା ଦର୍ଶନ ଆରମ୍ଭ ହୋଇଛି ବିଗତ ଦିନ ମାନଙ୍କରେ ମୀନାବଜାର ଭଜନ ସମାରୋହ ନୃତ୍ୟ ଗୀତ ପ୍ରତିଯୋଗିତା ଓଡିଶୀ ନୃତ୍ୟ ମେଲୋଡି ସହିତ ୧୫ ତାରିଖ ଦିନ ଇଣ୍ଡିଆନ୍ ଆଇଡଲ ସିଜନ ୧୫ ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କ କାର୍ଯ୍ୟକ୍ରମରେ ଯୋଗଦାନ ଦେବାର ଥିବାବେଳେ ଦ୍ୱିତୀୟ ଦିନରେ ପାଂଚ ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଛି। ପୂଜାକୁ ସଫଳତାର ସହିତ ପରିଚାଳନା କରିବା ପାଇଁ ସଂଘର ସମସ୍ତ କର୍ମକର୍ତା ପ୍ରସ୍ତୁତ ଥିବା ବେଳେ ଟ୍ରାଫିକ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ପାର୍କିଂ ର ସୁବନ୍ଦୋବସ୍ତ ସହିତ ସମ୍ପୂର୍ଣ୍ଣ ଅଂଚଳ ରେ ସିସିଟିଭି ବ୍ୟବସ୍ଥା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା