ପଞ୍ଚପଡା ଶିଶୁ ବିକାଶ ବିଦ୍ୟାମନ୍ଦିରରେ ଶ୍ରୀ ଗଣେଶ ପୂଜା ଉତ୍ସବ ପାଳିତ
Ganesh puja at Panchpada SSM
ପଞ୍ଚପଡା ଶିଶୁ ବିକାଶ ବିଦ୍ୟାମନ୍ଦିରରେ ଶ୍ରୀ ଗଣେଶ ପୂଜା ଉତ୍ସବ ପାଳିତ


ଝାରସୁଗୁଡ଼ା,୧୪ ସେପ୍ଟେମ୍ବର (ହି.ସ.)- ସୋମବାର ଭବ୍ୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପଞ୍ଚପଡା ଶିଶୁ ବିକାଶ ବିଦ୍ୟାମନ୍ଦିରରେ ଶତାଧିକ ଶିଶୁଙ୍କ ମେଳରେ ଶ୍ରୀ ଗଣେଶ ପୂଜା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପୂଜକ ଫକୀର ମିଶ୍ର, କର୍ତ୍ତା ହିମାଂଶୁ ଓରାମ ପୂଜାର ଆୟୋଜକ ସମ୍ପାଦକ ଦିଗାମ୍ବର ମାଝୀ, ୱାର୍ଡ -୯ ର କାଉନସିଲର ପ୍ରତିମା ଭୈଷାଲ, ସୂଚୀସ୍ମିତା ସାହୁ, ପ୍ରଧାନ ଆଚାର୍ଯ୍ୟା ମମତା ସିଂହ, ମନ୍ଦାକିନୀ ମାକର, କୋଷାଧ୍ୟକ୍ଷା ପ୍ରିୟଙ୍କା ସାହୁ, ଲିପିକା ସାହୁ ପୂଜା ମଣ୍ଡପରେ ଉପସ୍ଥିତ ରହି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହୋମରେ ଘିଅ ଅର୍ପଣ କରିଥିଲେ । ନିମନ୍ତ୍ରିତ ଅତିଥି, ଅଭିଭାବକ /ଅଭିଭାବିକା, ସମସ୍ତ ଗୁରୁଜୀ ଗୁରୁମା ଶତାଧିକ ଭାବରେ ଉପସ୍ଥିତ ରହି ପୂଜାକୁ ସାକାର କରିଥିଲେ । ଶେଷରେ ପ୍ରସାଦ ବଣ୍ଟନ କରାଯାଇ ସାମୂହିକ ଭାବରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇର ଶୁଭ ଅଭିନନ୍ଦନ ବାର୍ତ୍ତା ଶିଶୁ ବିକାଶ ବିଦ୍ୟାମନ୍ଦିର ପରିବାର ତରଫରୁ ସମସ୍ତଙ୍କୁ ଆନ୍ତରିକତାର ଶୁଭେଚ୍ଛା ଜଣାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande