ଗଞ୍ଜାମ ଜିଲାରେ ଗଣେଶଙ୍କ ପୂଜା
ଗଞ୍ଜାମ, ୧୪ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ବିଭିନ୍ନ ସାହି ଗଳିରେ, ଶିକ୍ଷା ଅନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟାଳୟଗୁଡିକରେ ଛୋଟରୁ ବିରାଟକାୟ ଗଣେଶ ମୂର୍ତି ଆକର୍ଷଣୀୟସାଜସଜ୍ଜା ସୁନ୍ଦର ମେଢ ଓ ରଙ୍ଗୀନଆଲୋକ ସହ ଶୋଭାପାଉଛନ୍ତି।ମେଢ଼ଗୁଡିକରେ ଗଜାନନଙ୍କ ଦର୍ଶନ ଓ ପୂଜା ପାଇ
ଗଞ୍ଜାମ ଜିଲ୍ଲା ରେ ଗଣେଶ ପୂଜା


ଗଞ୍ଜାମ, ୧୪ ସେପ୍ଟେମ୍ବର (ହି.ସ.)-

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ବିଭିନ୍ନ ସାହି ଗଳିରେ, ଶିକ୍ଷା ଅନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟାଳୟଗୁଡିକରେ ଛୋଟରୁ ବିରାଟକାୟ ଗଣେଶ ମୂର୍ତି ଆକର୍ଷଣୀୟସାଜସଜ୍ଜା ସୁନ୍ଦର ମେଢ ଓ ରଙ୍ଗୀନଆଲୋକ ସହ ଶୋଭାପାଉଛନ୍ତି।ମେଢ଼ଗୁଡିକରେ ଗଜାନନଙ୍କ ଦର୍ଶନ ଓ ପୂଜା ପାଇଁ ହଜାର ଆବାଳବୃଦ୍ଧବନିତାଙ୍କ ସମାଗମ ହେଉଛନ୍ତି। ସନ୍ଧ୍ୟାରୁ ବିଳମ୍ବିତ ରାତିଯାଏ ମେଢ଼ଗୁଡିକ ଦର୍ଶନ ପାଇଁ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି। ସହର ମଧ୍ୟରେ ପ୍ରାୟ ୩୦ଟିସ୍ଥାନରେ ବଡଧରଣର ମେଢରେ ଗଜାନନପୂଜା ପାଉଥିବା ବେଳେ ଆହୁରି ସହରର ଶତାଧିକସ୍ଥାନରେ ମଧ୍ୟ ପୂଜା ଅନୁଷ୍ଠିତ ହେଉଛି। ଏତତ ବ୍ୟତିତ ଆସିକା, ଭଞ୍ଜନଗର, ଚିକିଟି, ଆସିକା, ପିତଳ, ଛତ୍ରପୁର,ଶେରଗଡ, ହିଞ୍ଜିଳିକାଟୁ, କୁକୁଡାଖଣ୍ଡି ପ୍ରଭୃତି ଅଞ୍ଚଳରେ ମଧ୍ୟ ପ୍ରଭୂ ବିନାୟକଙ୍କ ପୂଜାର୍ଚ୍ଚନା ଆନନ୍ଦ ଉଲ୍ଲାସ ଓ ଭକ୍ତିପୂତଭାବେ ଅନୁଷ୍ଠିତ ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande