ଭଦ୍ରକରେ ହଜରତ ଗୌସ-ଏ-ପାକଙ୍କ ମାସିକିଆ ଫାତେହା, ଗୁଲସନ-ଏ-ନସୀମରେ ଲଙ୍ଗର
ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୌରପାଳିକା ଅନ୍ତର୍ଗତ ବାଇପାସ ରୋଡ ସ୍ଥିତ ସରକାର ନଗର ଗୁଲସନ-ଏ-ନସିମ ଖାନକାହା ଠାରେ ଏନପିଜି ଆନୁକୂଲ୍ୟରୁ ରବିବାର ରାତ୍ରିରେ ଲଙ୍ଗର-ଏ-ଗୌସପାକ ଆରମ୍ଭ ହୋଇଯାଇଛି । ଇରାକ ପ୍ରଦେଶ ର ବୋଗଦାଦ ସରିଫ ଠାରେ ହଜରତ ସୈୟଦ ସେକ ଅବଦୁଲ କାଦିର ଜିଲାନି (ର.ଅ) ଓରଫ
HAZRAT GOUS A PAK


ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୌରପାଳିକା ଅନ୍ତର୍ଗତ ବାଇପାସ ରୋଡ ସ୍ଥିତ ସରକାର ନଗର ଗୁଲସନ-ଏ-ନସିମ ଖାନକାହା ଠାରେ ଏନପିଜି ଆନୁକୂଲ୍ୟରୁ ରବିବାର ରାତ୍ରିରେ ଲଙ୍ଗର-ଏ-ଗୌସପାକ ଆରମ୍ଭ ହୋଇଯାଇଛି । ଇରାକ ପ୍ରଦେଶ ର ବୋଗଦାଦ ସରିଫ ଠାରେ ହଜରତ ସୈୟଦ ସେକ ଅବଦୁଲ କାଦିର ଜିଲାନି (ର.ଅ) ଓରଫ ଗୌସପାକ ବାବାଙ୍କ ମଜାର ସରିଫ (ସମାଧି) ରହିଛି । ତାଙ୍କରି ନାମରେ ସାରା ବିଶ୍ୱ ରେ ଗୋଟିଏ ମାସ ଧରି ଫାତେହା ଅନୁଷ୍ଠିତ ହୁଏ । ଏନପିଜି ଆନୁକୂଲ୍ୟରୁ ଭଦ୍ରକ ଗୁଲସନ-ଏ-ନସିମ ଖାନକାହା ଠାରେ ରବିବାର ସନ୍ଧ୍ୟା ରେ ମିଲାଦ ସରିଫ ଆରମ୍ଭ ହୋଇ ଫାତେହା ଅନୁଷ୍ଠିତ ହୋଇଥିଲା । ଫାତେହା ସରିଲା ପରେ ହଜାର ହଜାର ସଂଖ୍ୟା ଭକ୍ତ ମାନଙ୍କୁ ଗୌସ-ଏ-ପାକ ଲଙ୍ଗର (ଶିରିଣି ଭୋଗ) ବଂଟନ କରାଯାଇଥିଲା । ଏହି ମାସିକିଆ ଫାତେହା ଭଦ୍ରକରେ ପ୍ରତ୍ୟେକ ଘରେ ଘରେ ପାଳନ କରାଯାଏ । ପ୍ରଥମ ଦିନ ରବିବାର ଠାରୁ ସରକାର ବାବାଙ୍କ ପିଠରେ ଫାତେହା ପର୍ବ ଆରମ୍ଭ ହୋଇଯାଇଛି । ଏହି ଫାତେହା ଭଦ୍ରକ ଜିଲ୍ଲା ସହିତ ବିଭିନ୍ନ ଜିଲ୍ଲାର ମୁସଲମାନ ସମ୍ପ୍ରଦାୟ ର ଭକ୍ତ ମାନେ ଶିରିଣି ଭୋଗ ଧରି ବାବାଙ୍କ ପୀଠରେ ସନ୍ଧ୍ୟା ପୂର୍ବରୁ ପହଁଚିବେ ଏବଂ ସନ୍ଧ୍ୟା ନମାଜ ପାଠ ପରେ ଫାତେହା ହେବ । ଫାତେହା ସରିଲା ପରେ ଭକ୍ତ ମାନେ ନିଜ ନିଜ ଶିରିଣି ଧରି ଫେରିଯିବେ । ଏହି ଭଳି ଏକ ମାସ ଧରି ବିଭିନ୍ନ ଗ୍ରାମ ଓ ବିଭିନ୍ନ ଜିଲ୍ଲାର ଭକ୍ତ ମାନେ ପହଁଚିବେ । ଏଥିସହ ଶ୍ରଦ୍ଧାଳୁ ମାନେ ଶାନ୍ତିଶୃଙ୍ଖଳିତ ଭାବେ ବାବା ଙ୍କ ସମାଧି ପୀଠରେ ପହଂଚିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande