
ସମ୍ବଲପୁର, ୧୪, ସେପ୍ଟେମ୍ବର (ହି.ସ.)
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ୍ ଅନ୍ତର୍ଗତ ମହକୁଦ ଗ୍ରାମର ମୁଳ ବାସିନ୍ଦା ତଥା ଗ୍ରାମ ମଙ୍ଗଳ ଯୁବକ ସଂଘର ପ୍ରଥମ ପ୍ରୋଜେକ୍ଟ ଲିଡ଼ର ସ୍ୱର୍ଗତ ରୋମାଞ୍ଚ ସାହୁଙ୍କ ପୁଅ ରୋହିତ୍ କୁମାର ସାହୁ ନିଜର ଯୋଗ୍ୟତା ଓ ଜ୍ଞାନ ମାଧ୍ୟମରେ ଉତ୍ତର ପ୍ରଦେଶ ବରେଲୀ ଜିଲ୍ଲା ଆଁଓଲା ସ୍ଥିତ ଇଣ୍ଡିଆନ୍ ଫାର୍ମର ଫର୍ଟିଲାଇଜର କୋଅପରିଟିଭ ଲିମିଟେଡ଼ (ଇଫକୋ)ରେ ପ୍ରବନ୍ଧକ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ନିଯୁକ୍ତି ପାଇବା ପରେ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ସେ ରେଢାଖୋଲ ପ୍ରଭୁଜୀ ଇଂଲିଶ୍ ମିଡିୟମ ସ୍କୁଲ୍ ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରିବା ପରେ ବୁର୍ଲାର ଭିସୁଟ ରେ ସିଭିଲ୍ ଇଞ୍ଜିନିୟରିଙ୍ଗ୍ ସ୍ନାତକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଭୁବନେଶ୍ୱର ସ୍କୁଲ୍ ଅଫ୍ ମେନେଜମେଣ୍ଟ ଠାରୁ ଏମବିଏ ଡିଗ୍ରି ହାସଲ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ