ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ୍ ଚଳାଚଳରେ ପରିବର୍ତନ
ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ବ୍ରହ୍ମପୁର–ରମ୍ଭା ଡାଉନ୍ ଲାଇନ୍ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୂର୍ବତଟ ରେଳପଥ ପକ୍ଷରୁ ନିର୍ଦ୍ଧାରିତ ତାରିଖଗୁଡ଼ିକରେ ଦୁଇଟି ମେମୁ ଟ୍ରେନ୍ କୁ ଖଲ୍ଲିକୋଟ ରେଳ ଷ୍ଟେସନରେ ସର୍ଟ-ଟର୍ମିନେଟ୍ (ଆଂ
rfg


ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ବ୍ରହ୍ମପୁର–ରମ୍ଭା ଡାଉନ୍ ଲାଇନ୍ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୂର୍ବତଟ ରେଳପଥ ପକ୍ଷରୁ ନିର୍ଦ୍ଧାରିତ ତାରିଖଗୁଡ଼ିକରେ ଦୁଇଟି ମେମୁ ଟ୍ରେନ୍ କୁ ଖଲ୍ଲିକୋଟ ରେଳ ଷ୍ଟେସନରେ ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ) କରାଯିବ।

ସେହି ଅନୁଯାୟୀ, ଟ୍ରେନ୍ ନମ୍ବର ୬୮୪୧୧ ଭୁବନେଶ୍ୱର–ବ୍ରହ୍ମପୁର ମେମୁ ଟ୍ରେନ୍ ଟି ୧୫, ୧୬ ଏବଂ ୧୯ ସେପ୍ଟେମ୍ବରରେ ବ୍ରହ୍ମପୁର ପରିବର୍ତେ ଖଲ୍ଲିକୋଟ ଠାରେ ସ୍ୱଳ୍ପ ସମାପ୍ତ ହେବ। ସେହିପରି, ଟ୍ରେନ୍ ନମ୍ବର ୬୮୪୧୨ ବ୍ରହ୍ମପୁର–ଭୁବନେଶ୍ୱର ମେମୁ ଟ୍ରେନ୍ ଟି ୧୫, ୧୬ ଏବଂ ୧୯ ସେପ୍େଟମ୍ବରରେ ବ୍ରହ୍ମପୁର ପରିବର୍ତେ ଖଲ୍ଲିକୋଟ ଠାରୁ ଯାତ୍ରା ଆରମ୍ଭ କରିବ । ଫଳସ୍ୱରୂପ, ଉପରୋକ୍ତ ସମୟ ଅବଧି ମଧ୍ୟରେ ଖଲ୍ଲିକୋଟ ଏବଂ ବ୍ରହ୍ମପୁର ମଧ୍ୟରେ ମଧ୍ୟରେ ଏହି ଟ୍ରେନ ସେବା ବାତିଲ ରହିବ।

ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍'କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଂଚ କରିପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande