
ଇମ୍ଫାଲ, ୧୪ ସେପ୍ଟେମ୍ବର (ହି.ସ.)- ମଣିପୁରରେ ସୁରକ୍ଷା ବାହିନୀ ଏବଂ ପୋଲିସ ଗତ ୨୪ ଘଂଟା ମଧ୍ୟରେ ପୃଥକ୍ ଅପରେସନରେ ବିଭିନ୍ନ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଅନେକ ସକ୍ରିୟ କ୍ୟାଡର ଏବଂ ଅଭିଯୁକ୍ତ ଚାନ୍ଦାଆଦାୟକାରୀଙ୍କୁ ଗିରଫ କରିଛନ୍ତି । ଅପରେସନ ସମୟରେ ଡ୍ରଗ୍ସ ମଧ୍ୟ ଜବତ କରାଯାଇଥିଲା ।
ଆସାମ ରାଇଫଲ୍ସର ଏକ ଗୁପ୍ତ ସୂଚନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ସିଡିଓ-ଇମ୍ଫାଲ୍ ୱେଷ୍ଟ ର ଏକ ଦଳ ମୋଇଡାଙ୍ଗପୋକ୍ ଅଂଚଳରେ ଏକ ଅପରେସନ କରିଥିଲେ ଏବଂ କେସିପି (ପିଡବ୍ଲ୍ୟୁଜି) ର ସକ୍ରିୟ କ୍ୟାଡର ୨୬ ବର୍ଷିୟ ଥାଙ୍ଗଜାମ ସନାତୋମ୍ବା ସିଂହ ଓରଫ୍ ଥେମ୍ବୁଙ୍ଗଙ୍କୁ ଗିରଫ କରିଥିଲେ । ସେ ମୋଇଡାଙ୍ଗପୋକ୍ ମାଖା ଲିକାଇର ବାସିନ୍ଦା ।
ଅନ୍ୟ ଏକ ଅପରେସନରେ, ସିଡିଓ-ଇମ୍ଫାଲ୍ ୱେଷ୍ଟ ତକିୟେଲ ଖୋଙ୍ଗବଲ୍ ଲୈରାକ ଅଚୌବା ଅଂଚଳରେ ଏକ ସର୍ଚ୍ଚ ଅପରେସନ କରିଥିଲେ ଏବଂ କେସିପି (ଅପୁନବା)ର ସକ୍ରିୟ ସଦସ୍ୟ ୨୬ ବର୍ଷିୟ ସଞ୍ଜେନବାମ୍ ଆଲବର୍ଟ ମେଇତେଇ ଓରଫ୍ ଲୁଖୋଇକୁ ତା’ର ବାସଭବନରୁ ଗିରଫ କରିଥିଲେ । ସେ ଚାନ୍ଦା ଆଦାୟ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।
ପାଟସୋଇ ୟୁନିକ୍-ଖୋଙ୍ଗ ବଜାର ଅଂଚଳରେ କରାଯାଇଥିବା ଅପରେସନରେ ପି. ଆର.ଇ.-ପି. ଏ. କେ. (ପି. ଆର.ଓ.)ର ଜଣେ ସଦସ୍ୟ, ୪୮ ବର୍ଷିୟ ଖୋଙ୍ଗବନ୍ତବାମ ଇନାଓ ସିଂହ ଓରଫ ଇବୋୟାଇମାଙ୍କୁ ଗିରଫ କରାଯାଇଛି । ତା’ ଠାରୁ ନଗଦ ୧୮,୫୦୦ ଏବଂ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଛି
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ