ସ୍ନାପଚାଟ୍ରେ ନାବାଳିକାଙ୍କୁ ବ୍ଲାକମେଲିଂ ଓ ଅନଲାଇନ୍ ଶୋଷଣ, ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ
ସମ୍ବଲପୁର, ୧୪ ସେପ୍ଟେମ୍ବର(ହି.ସ.) – ସାଇବର ବ୍ଲାକମେଲିଂ ଓ ନାବାଳିକାଙ୍କୁ ଅନ୍ଲାଇନ୍ରେ ଯୌନ ଶୋଷଣ କରିବା ଅଭିଯୋଗରେ ସମ୍ବଲପୁର ସାଇବର କ୍ରାଇମ୍ ଆଣ୍ଡ ଇକୋନୋମିକ୍ ଅଫେନ୍ସେସ୍ ଥାନା ପୋଲିସ ୨୧ ବର୍ଷୀୟ ଯୁବକକୁ ରାଜସ୍ଥାନରୁ ଗିରଫ କରିଛି। ଏନେଇ ଥାନାରେ ଅଗଷ୍ଟ ୨୯ ତାରିଖରେ ୨୯/୨୬ରେ ଏକ ମାମଲା ପୋଲ
ସ୍ନାପଚାଟ୍ରେ ନାବାଳିକାଙ୍କୁ ବ୍ଲାକମେଲିଂ ଓ ଅନଲାଇନ୍ ଯୌନ ଶୋଷଣ, ବିହାରର କାମୁକ ଯୁବକକୁ ରାଜସ୍ଥାନରୁ ଗିରଫ


ସମ୍ବଲପୁର, ୧୪ ସେପ୍ଟେମ୍ବର(ହି.ସ.) – ସାଇବର ବ୍ଲାକମେଲିଂ ଓ ନାବାଳିକାଙ୍କୁ ଅନ୍ଲାଇନ୍ରେ ଯୌନ ଶୋଷଣ କରିବା ଅଭିଯୋଗରେ ସମ୍ବଲପୁର ସାଇବର କ୍ରାଇମ୍ ଆଣ୍ଡ ଇକୋନୋମିକ୍ ଅଫେନ୍ସେସ୍ ଥାନା ପୋଲିସ ୨୧ ବର୍ଷୀୟ ଯୁବକକୁ ରାଜସ୍ଥାନରୁ ଗିରଫ କରିଛି। ଏନେଇ ଥାନାରେ ଅଗଷ୍ଟ ୨୯ ତାରିଖରେ ୨୯/୨୬ରେ ଏକ ମାମଲା ପୋଲିସ ରୁଜୁ କରିଥିଲା। ଗିରଫ ଅଭିଯୁକ୍ତ ଜଣଙ୍କ ବିହାରର ପୂର୍ବ ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ମଧୁବନ ଭାୱରୁଆ ଅଂଚଳର ସୁରେଶ ସାହାର ୨୧ ବର୍ଷିୟ ପୁଅ ରମେଶ କୁମାର। ଯିଏକି ରାଜସ୍ଥାନର ବାଲୋତ୍ରା ଜିଲ୍ଲା ଅନ୍ତର୍ଗତ ପଚପଦ୍ରା ଅଂଚଳର ସମ୍ଭରାରେ ରହୁଥିଲା। ଅଭିଯୁକ୍ତକୁ ଗିରଫ କରିବା ସମୟରେ ପୋଲିସ ତା' ନିକଟରୁ ଏକ ରିୟଲମି ୧୦ ମୋବାଇଲ୍ ଫୋନ୍, ସଂପୃକ୍ତ ଏୟାରଟେଲ ସିମ୍ କାର୍ଡ ଓ ମାଇକ୍ରୋ ଏସ୍ଡି କାର୍ଡ଼ ଜବତ କରିଛି। ଏଥିସହ ୱାଟସ୍ ଆପ୍ ଯୋଗାଯୋଗ, ସ୍ନାପଚାର୍ଟ ଆକାଉଂଟ ସମ୍ପର୍କିତ ତଥ୍ୟ ଏବଂ ପୀଡ଼ିତାର ସନ୍ଦିଗ୍ଧ ଅଶ୍ଳୀଳ ଫୁଟେଜ ମଧ୍ୟ ଉଦ୍ଧାର କରିଛି। ସୂଚନାନୁଯାୟୀ ପିଡ଼ୀତା ୧୫ ବର୍ଷୀୟା ନାବାଳିକା କାମୁକ ଅଭିଯୁକ୍ତର ପାଲରେ ଫସିଗଲା ପରେ ନୂଆ ନୂଆ ତରିକାରେ ଭିଡିଓ କଲ ଚାର୍ଟିଂ ଓ ବିଭିନ୍ନ ଆଳରେ ଟଙ୍କା ଶୋଷଣ କରିବା ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିଲା। ନାବାଳିକା ଜଣକ ସ୍ନାପଚାର୍ଟ ମାଧ୍ୟମରେ ଅଭିଯୁକ୍ତ କାମୁକ ସହ ଦୁର୍ଭାଗ୍ୟ ବଶତଃ ପରିଚିତ ହୋଇଥିଲା। ଅଭିଯୁକ୍ତ ରମେଶ ଗୁପ୍ତା ନାମରେ ରମେଶ, ୯୧୫୫ ୟୁଜର ନେମ୍ରେ ସ୍ନାପଚାର୍ଟ ବ୍ୟବହାର କରୁଥିବା ଅଭିଯୋଗ ରହିଛି। ଏହି ଅଭିଯୋଗ ଅନୁସାରେ, ନାବାଳିକାଙ୍କ ବିଶ୍ୱାସ ଜିତିବା ପରେ ଅଭିଯୁକ୍ତ ତାଙ୍କୁ ଭିଡିଓ କଲ୍ରେ ଆସିବାକୁ ପ୍ରଲୋଭିତ କରିଥିଲେ। ପରେ ତାଙ୍କ ବ୍ୟକ୍ତିଗତ ଅଶ୍ଳୀଳ ଭିଡିଓ ରେକର୍ଡ଼ କରି ଟଙ୍କା ପାଇଁ ବ୍ଲାକମେଲ୍ କରିଥିବା ଏବଂ ଉକ୍ତ ଅଶ୍ଳୀଳ ସାମଗ୍ରୀ ନାବାଳିକାଙ୍କ ପରିଚିତ ବ୍ୟକ୍ତିମାନଙ୍କ ନିକଟକୁ ପଠାଇଥିବା ଅଭିଯୋଗ ହୋଇଛି। ତଦନ୍ତ ସମୟରେ ପୁଲିସ ବୈଷୟିକ ଓ ଡିଜିଟାଲ୍ ପ୍ରମାଣ ବିଶ୍ଳେଷଣ କରି ଅଭିଯୁକ୍ତର ପରିଚୟ ଓ ଅବସ୍ଥାନ ଚିହ୍ନଟ କରିଥିଲା। ଏହାପରେ ସମ୍ବଲପୁର ଏସ୍ପିଙ୍କ ନିର୍ଦ୍ଦେଶ ଏବଂ ଆବଶ୍ୟକ ଅନୁମତି ପରେ ପୋଲିସ ଟିମ୍ ରାଜସ୍ଥାନ ଯାଇ ସ୍ଥାନୀୟ ପୋଲିସର ସହଯୋଗ କ୍ରମେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande