ଜାତୀୟ ପ୍ରେସ୍ ଦିବସ ପାଳନ ନେଇ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ପ୍ରସ୍ତୁତି କମିଟି ବୈଠକ
ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ନଭେମ୍ବର ମାସ ୧୬ ତାରିଖରେ ଜାତୀୟ ପ୍ରେସ୍ ଦିବସ ପାଳନ କରିବା ପାଇଁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ସହିତ ରାଜ୍ୟଶାଖା କର୍ମକର୍ତାମାନଙ୍କର ଏକ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା
djhy


ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ନଭେମ୍ବର ମାସ ୧୬ ତାରିଖରେ ଜାତୀୟ ପ୍ରେସ୍ ଦିବସ ପାଳନ କରିବା ପାଇଁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ସହିତ ରାଜ୍ୟଶାଖା କର୍ମକର୍ତାମାନଙ୍କର ଏକ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ଜାତୀୟ ପ୍ରେସ୍ ଦିବସ ପାଳନ ପୂର୍ବରୁ ସାମ୍ବାଦିକତା ବିଭାଗ ଥିବା ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ୱର୍ଣ୍ଣପଦକ ବିଜେତାମାନଙ୍କୁ ଦିଆଯାଉଥିବା ସ୍ମାରକୀ ସିଲ୍ଡ଼ ଗୁଡ଼ିକର ସମ୍ମାନ ବୃଦ୍ଧି ଦିଗରେ ଆଲୋଚନା କରାଯାଇଥିଲା। ଏପର୍ଯ୍ୟନ୍ତ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି, ପ୍ରଦ୍ୟୁମ୍ନ ବଳ, ବରେନ୍ଦ୍ରକୃଷ୍ଣ ଧଳ, ଗୋପାଳକୃଷ୍ଣ ମିଶ୍ର, ରାମହରି ମିଶ୍ର, ଦିଲ୍ଲୀପ ଶତପଥୀ, ଡଃ ଅରୁଣ କୁମାର ପଣ୍ଡା ଓ ଅରିନ୍ଦମ ଦାଶଙ୍କ ସ୍ମୃତିରେ ସ୍ମାରକୀ ସିଲ୍ଡ଼ ପ୍ରଦାନ କରାଯାଇଥିବା ସ୍ଥଳେ ଚଳିତବର୍ଷ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ରଙ୍କ ସ୍ମୃତିରେ ସ୍ମାରକୀ ସିଲ୍ଡ଼ ପ୍ରଦାନ କରାଯିବ। ଏଥିସହିତ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀମାନଙ୍କ ନିିମତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାକୁ ଉତ୍ସବର ୧୫ ଦିନ ପୂର୍ବରୁ ଆୟୋଜନ କରାଯିବ ବୋଲି ଆଲୋଚନାରେ ସ୍ଥିର କରାଯାଇଛି। ପ୍ରତିବର୍ଷ ଭାରତୀୟ ପ୍ରେସ୍ କାଉନସିଲ୍ ପକ୍ଷରୁ ଆଲୋଚନାର ବିଷୟବସ୍ତୁ ସ୍ଥିର କରାଯାଉଥିବା ବେଳେ ଏହି ବିଷୟକୁ ମୁଖ୍ୟ ପ୍ରସଙ୍ଗ ଭାବେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଗ୍ରହଣ କରିଥାଏ। ଏହି ଉତ୍ସବରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ରସୂଚନା କାର୍ଯ୍ୟାଳୟ, ଆକାଶବାଣୀ, ଦୂରଦର୍ଶନ, ଆଞ୍ଚଳିକ, ଆଉଟ୍ରିଚ୍ ବ୍ୟୁରୋର ସହଯୋଗ ପ୍ରଦାନ କରି ଆସୁଛନ୍ତି। ଏହି ଧାରାକୁ ବଜାୟ ରଖି ମନ୍ତ୍ରଣାଳୟ ପକ୍ଷରୁ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ ନିମିତ୍ତ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଜାତୀୟ ପ୍ରେସ୍ ଦିବସର ମୁଖ୍ୟ ଉତ୍ସବରେ ଓଡ଼ିଶାର ସମ୍ବାଦପତ୍ରର ଜଣେ ପ୍ରଖ୍ୟାତ ସମ୍ପାଦକଙ୍କୁ “ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ” ଦିଆଯିବା ସହିତ ରାଷ୍ଟ୍ରୀୟସ୍ତରରେ ବିଭିନ୍ନ ରାଜ୍ୟର ସମ୍ବାଦପତ୍ରର ୭ଜଣ ସମ୍ପାଦକଙ୍କୁ “ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ” ପ୍ରଦାନ କରାଯିବ। ୬୫ ବର୍ଷ ବୟସ ଏବଂ ତଦୁର୍ଦ୍ଧ୍ୱ ଅନ୍ୟୁନ ଥରେ ରାଜ୍ୟ ସରକାରଙ୍କ ସ୍ୱୀକୃତି ପାଇଥିବା ସାମ୍ବାଦିକମାନଙ୍କୁ ବେସରକାରୀସ୍ତରରେ ସମଗ୍ର ଦେଶରେ କେବଳ ଓଡ଼ିଶାରେ ପେନସନ ଦେବା ବ୍ୟବସ୍ଥାକୁ ଚାଲୁ ରଖିବା ନିମିତ୍ତ କଲ୍ୟାଣ ବୋର୍ଡ଼ ନିଷ୍ପତି ଗ୍ରହଣ କରିଛି। ଏହି ପେନସନ ବ୍ୟବସ୍ଥାକୁ ଦେଶର ଅନେକ ରାଜ୍ୟର ସରକାର ବ୍ୟୟ ବହନ କରୁଥିବା ସ୍ଥଳେ ଓଡ଼ିଶା ସରକାର ପେନସନ ବ୍ୟୟ ବହନ କରିବା ପାଇଁ ଅପୌଚାରିକ ଭାବେ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ୭୮୭୬ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ନୂଆ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯିବା ଓ ଏହାର ପରିମାଣ ୫ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଆଲୋଚନାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଉପାଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ସହ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର ଏବଂ ରାଜ୍ୟ ଶାଖା ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଓ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande