
କେନ୍ଦୁଝର, ୧୪ ସେପ୍ଟେମ୍ବର(ହି.ସ.) – ପ୍ରତ୍ୟେକ ଶୁଭ କାମରେ ଅଗ୍ରପୂଜ୍ୟ ଗଣେଷଙ୍କୁ ପୂଜା କରାଯାଇଥାଏ। ବିଶ୍ୱାସ ଥାଏ କି ସବୁ କାମ ସୁରୁଖୁରୁରେ ହୋଇଯିବ। କୌଣସି ବାଧା ବିଘ୍ନ ଆସିବ ନାହିଁ। ଏଣୁ କେନ୍ଦୁଝରରେ ଚାଲିଥିବା ବିକାଶ କାମରେ ଏବେ କୌଣସି ବାଧା ବିଘ୍ନ ଆସିବ ନାହିଁ ଓ ସବୁ କାମରେ ସଫଳତା ମିଳିବ ବୋଲି ବିଶ୍ୱାସ ରଖିଛନ୍ତି କେନ୍ଦୁଝର ବନଖଣ୍ଡ ଅଧିକାରୀ, ତାଙ୍କ କହିବା କଥା ଗଣେଷ ଚତୁର୍ଥୀ ପୂର୍ବ ଦିନ ରାତୀରେ ହାତୀ ସାବକ ଜନ୍ମ ନେବା ବହୁତ ଖୁସିର ଖବର। ସତେ ଯେପରି ପ୍ରଭୁ ଗଜାନନ ଧରା ପୃଷ୍ଟରେ ଅବତରଣ କରିଛନ୍ତି। ଗତକାଲି ରାତିରେ ଚମ୍ପୁଆ ରେଞ୍ଜ ବାଲିବନ୍ଧରେ ଥିବା ୨୧ ଟିକିଆ ହାତୀ ପଲରେ ଗୋଟିଏ ମାଇ ହାତୀ ଏକ ଶାବକ ଜନ୍ମ ଦେଇଛି। ଯାହାକୁ ନେଇ ବନ ବିଭାଗ ଖୁସି ବ୍ୟକ୍ତ କରିଛି, ବର୍ତମାନ ଜିଲ୍ଲାରେ ହାତୀଙ୍କ ବାସସ୍ଥଳୀ ସୁରକ୍ଷିତ ଥିବାରୁ ଏଠାରେ ଦିନକୁ ଦିନ ହାତୀ ବଂଶ ବୃଦ୍ଧି ପାଇବାରେ ଲାଗିଛି। ବର୍ତମାନ କେନ୍ଦୁଝର ବନ ଖଣ୍ଡରେ ୧୪୦ଟି ହାତୀ ଅଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA