ଗଣପତି କ୍ଲବ୍ ପକ୍ଷରୁ ବିଘ୍ନନାଶକ ପୂଜା ଆରମ୍ଭ
କେନ୍ଦୁଝର, ୧୪ ସେପ୍ଟେମ୍ବର(ହି.ସ.) – ଆଜି ବିଘ୍ନନାଶକ ଗଣପତିଙ୍କ ପୂଜା। ଗଣପତି ଙ୍କ ପୂଜା ପାଇଁ ଗାଁ ରୁ ସହର, ଶିକ୍ଷାନୁଷ୍ଠାନ ରୁ ବିଭିନ୍ନ କ୍ଲବ୍ ସବୁଠି ଖୁସିର ପରିବେଶ। ଏହି ଅବସରରେ କେନ୍ଦୁଝର ସହର ନିକଟସ୍ଥ ସରାସ୍ ଗ୍ରାମରେ ଗଣପତି କ୍ଲବ୍ ପକ୍ଷରୁ ବିଘ୍ନନାଶକ ପୁଜା ଆରମ୍ଭ କରାଯାଇଛି। ସକାଳୁ ର
Puja at ganapti


କେନ୍ଦୁଝର, ୧୪ ସେପ୍ଟେମ୍ବର(ହି.ସ.) – ଆଜି ବିଘ୍ନନାଶକ ଗଣପତିଙ୍କ ପୂଜା। ଗଣପତି ଙ୍କ ପୂଜା ପାଇଁ ଗାଁ ରୁ ସହର, ଶିକ୍ଷାନୁଷ୍ଠାନ ରୁ ବିଭିନ୍ନ କ୍ଲବ୍ ସବୁଠି ଖୁସିର ପରିବେଶ। ଏହି ଅବସରରେ କେନ୍ଦୁଝର ସହର ନିକଟସ୍ଥ ସରାସ୍ ଗ୍ରାମରେ ଗଣପତି କ୍ଲବ୍ ପକ୍ଷରୁ ବିଘ୍ନନାଶକ ପୁଜା ଆରମ୍ଭ କରାଯାଇଛି। ସକାଳୁ ରୀତିନିତି ସହ ବ୍ରାହ୍ମଣ ପୂଜା କରିବା ପରେ କ୍ଲବ୍ ସମସ୍ତ ସଦସ୍ୟ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ତିନିଦିନ ଧରି ହେବାକୁ ଥିବା ଗଣପତିଙ୍କ ପୂଜାରେ ଦୁଇଦିନ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଆସନ୍ତା ବୁଧବାର ବିସର୍ଜନ ହେବବୋଲି କ୍ଳବ୍ ପକ୍ଷରୁ କୁହାଯାଇଛି। ଉକ୍ତ ପୁଜାରେ ଗ୍ରାମର ଶତାଧିକ ଯୁବକ ସାମିଲ ହୋଇଥିବା ବେଳେ ପୁଜା ନେଇ ଗ୍ରାମ ମଧ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande