ନେପାଳକୁ ଆଶ୍ୱସ୍ତି: ଭାରତ ୩୧ ଡିସେମ୍ବର ପର୍ଯ୍ୟନ୍ତ ୧୮ ଘଂଟା ବିଦ୍ୟୁତ ରପ୍ତାନିକୁ ଦେଲା ମଞ୍ଜୁରୀ
ନୂଆଦିଲ୍ଲୀ, ୧୪ ସେପ୍େଟମ୍ବର (ହି.ସ.) ô- ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ନେପାଳକୁ ସହାୟତା କରିବା ପାଇଁ ଭାରତ ବିଦ୍ୟୁତ ରପ୍ତାନି ବଢ଼ାଇବାକୁ ନିଷ୍ପତି ନେଇଛି। କେନ୍ଦ୍ରୀୟ ବିଦ୍ୟୁତ ମନ୍ତ୍ରଣାଳୟ ନେପାଳ ବିଦ୍ୟୁତ ପ୍ରାଧିକରଣକୁ ୧୩ ସେପ୍େଟମ୍ବରରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ପ୍ରତ
ନେପାଳକୁ ଆଶ୍ୱସ୍ତି: ଭାରତ ୩୧ ଡିସେମ୍ବର ପର୍ଯ୍ୟନ୍ତ ୧୮ ଘଂଟା ବିଦ୍ୟୁତ ରପ୍ତାନିକୁ ଦେଲା ମଞ୍ଜୁରୀ


ନୂଆଦିଲ୍ଲୀ, ୧୪ ସେପ୍େଟମ୍ବର (ହି.ସ.) ô- ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ନେପାଳକୁ ସହାୟତା କରିବା ପାଇଁ ଭାରତ ବିଦ୍ୟୁତ ରପ୍ତାନି ବଢ଼ାଇବାକୁ ନିଷ୍ପତି ନେଇଛି। କେନ୍ଦ୍ରୀୟ ବିଦ୍ୟୁତ ମନ୍ତ୍ରଣାଳୟ ନେପାଳ ବିଦ୍ୟୁତ ପ୍ରାଧିକରଣକୁ ୧୩ ସେପ୍େଟମ୍ବରରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ୧୮ ଘଂଟା ବିଦ୍ୟୁତ ରପ୍ତାନି କରିବାକୁ ମଞ୍ଜୁରୀ ଦେଇଛି।

ମନ୍ତ୍ରଣାଳୟ ଅନୁଯାୟୀ, ମୁଜଫ୍ଫରପୁର-ଢାଲକେବର ୪୦୦ କେଭି ଡିସି ଲାଇନ ମାଧ୍ୟମରେ ନେପାଳକୁ ସର୍ବାଧିକ ୬୦୦ ମେଗାୱାଟ ବିଦ୍ୟୁତ ଯୋଗାଣ କରାଯିବ। ଏହା ବ୍ୟତୀତ ଟନକପୁର-ମହେନ୍ଦ୍ରନଗର ୧୩୨ କେଭି ଏସ-ସି ଲାଇନ ମାଧ୍ୟମରେ ୫୪ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ ପଠାଯିବ।

ମନ୍ତ୍ରଣାଳୟ କହିଛି ଯେ ଜାନୁଆରୀ ୨୦୨୭ରୁ ବିଦ୍ୟୁତ ରପ୍ତାନିର ପରିମାଣ ଏବଂ ଯୋଗାଣ ବ୍ୟବସ୍ଥାର ସମୀକ୍ଷା ଡିସେମ୍ବର ୨୦୨୬ରେ କରାଯିବ। ଏହା ନେପାଳର ବିଦ୍ୟୁତ ଆବଶ୍ୟକତା ଏବଂ ଉପଲବ୍ଧତା ଆଧାରରେ ଆଗାମୀ ବ୍ୟବସ୍ଥା ନିର୍ଦ୍ଧାରଣ କରିବାରେ ସହାୟକ ହେବ।

ଉଲ୍ଲେଖନୀୟ ଯେ, ନିକଟରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା ଯୋଗୁଁ ଜଳବିଦ୍ୟୁତ ଭିତିଭୂମିକୁ ବ୍ୟାପକ କ୍ଷତି ପହଂଚିଛି। ଏହା ଫଳରେ ଘରୋଇ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଛି ଏବଂ ଦେଶରେ ବିଦ୍ୟୁତ ସଙ୍କଟ ଆହୁରି ଗଭୀର ହୋଇଛି। ଏପରି ସମୟରେ ଭାରତରୁ ଅତିରିକ୍ତ ବିଦ୍ୟୁତ ଯୋଗାଣ ନେପାଳର ତତ୍କାଳ ଶକ୍ତି ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ।

ବିଦ୍ୟୁତ ମନ୍ତ୍ରଣାଳୟ କହିଛି ଯେ ସଙ୍କଟ ସ୍ଥିତିରେ ନେପାଳକୁ ଆବଶ୍ୟକ ଶକ୍ତି ସହାୟତା ଯୋଗାଇବା ସହିତ ଏହି ନିଷ୍ପତି ଉଭୟ ଦେଶ ମଧ୍ୟରେ ବିଶ୍ୱସନୀୟ ଏବଂ ଦୀର୍ଘକାଳୀନ ଶକ୍ତି ସହଯୋଗକୁ ଆହୁରି ମଜବୁତ କରିବ। ଭାରତ ଆଂଚଳିକ ସହଯୋଗ ତଥା ପଡ଼ୋଶୀ ଦେଶକୁ ସମ୍ଭବ ସମସ୍ତ ସହାୟତା ଯୋଗାଇବା ପ୍ରତି ନିଜର ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଛି।

------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande