ଗୁଦାରୀ ସ୍ଥିତ ଶିଶୁ ଜତ୍ନଗୃହ ସାଧନରେ ଧୁମଧାମରେ ପାଳନ ହେଲା ଶ୍ରୀ ଗଣେଶ ପୂଜା
Sri Ganesh Puja in Sadhan CCI at Gudari
ଫୋଟ ୨


ଫୋଟ


କନ୍ଧମାଳ, ୧୪ ସେପ୍ଟେମ୍ବର(ହି.ସ.) – ଫୁଲବାଣୀ, ଜିଲ୍ଲାରେ ଯେଉଁ ସମୟରେ ଧର୍ମ ଓ ଜାତିକୁ ନେଇ ସାମାଜିକ ଗଣମାଧ୍ୟମରେ ବାଦବିବାଦର ଶୀତଳ ଯୁଦ୍ଧ ଲାଗିରହିଛି ତ ସେହି ସମୟରେ ଫୁଲବାଣୀ ସହର ନିକଟ ସାଧନାରେ ଏକ ଅଦ୍ଭୁତ ଭାଇଚାରାର ଦୃଶ୍ୟ ଦେଖିବାକୁ ମିଳିଛି। ଫୁଲବାଣୀ ସହରର ନିକଟସ୍ଥ ଶିଶୁ ଜତ୍ନଗୃହ ସାଧନ ଠାରେ ଥିବା ପୁରାତନ ମାରି ମୋଂଟେଶୋରୀ ମୋଡେଲ ଇଂଲିଶ ମିଡିୟମ ବିଦ୍ୟାଳୟରେ ଏଠାରେ ବହୁ ଭିନ୍ନକ୍ଷମ ଏବଂ ଅନାଥ ପୁଅଝିଅ ରହି ଶିକ୍ଷା ଲାଭ କରୁଛନ୍ତି। ଏହି ଅନୁଷ୍ଠାନରେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ ଗଣେଶ ପୂଜା ପାଳନ କରାଯାଇଛି। ବିଦ୍ୟାଳୟ ପରିସରରେ ପିଲାମାନଙ୍କ ମନରେ ଉତ୍ସାହ ଭରିବା, ସେମାନଙ୍କ ଭିତରେ କୌଣସି ଭେଦଭାବ ନରହୁ ସେଥିପ୍ରତି ଦୃଷ୍ଟିରେ ରଖି ଏହି ପୂଜା ଆୟୋଜନ କରାଯାଇଥିଲା। ଛୋଟ ଛୋଟ ପିଲାମାନେ ନିଜ ହାତରେ ମେଢ଼ ସଜାଇ, ଭଜନ ଗାଇ ଓ ପ୍ରସାଦ ବାଂଟି ପୂଜାରେ ସାମିଲ ହୋଇଥିଲେ। ଶିକ୍ଷକ ଓ ଅନୁଷ୍ଠାନର କର୍ମକର୍ତାମାନେ ମଧ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ। ଧର୍ମ ଅଲଗା ହେଲେ ବି ମଣିଷ ଏକ, ଶିକ୍ଷା ହେଉଛି ଏକତାର ମାଧ୍ୟମ- ଏହି ବାର୍ତା ଏହି ଛୋଟ ପିଲାମାନେ ସମାଜକୁ ଦେଖାଇ ଦେଇଛନ୍ତି। ପିଲାମାନଙ୍କ କୋମଳ ମନ ଯେପରି ବିଶୃଙ୍ଖଳିତ ନହୋଇ ଶିକ୍ଷାକୁ ଗୁରୁତ୍ୱଦେବେ ସେଥିପ୍ରତି ଧ୍ୟାନ ଦେଇଛନ୍ତି ଏହି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ। ଏହି ଉତ୍ସବ ଶୃଙ୍ଖଳାର ସହ ଓ ଆନନ୍ଦର ସହ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଆନ୍ତରିକତା କରୁଥିଲେ ଏଠାରେ କୌଣସି ଅଭିଭାବକ ଏହି ଶିକ୍ଷା ଅନୁଷ୍ଠାନକୁ ପ୍ରଶଂସା କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande