ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ନା ପ୍ରହସନ
ଘଟଗାଁ, ୧୪ ସେପ୍ଟେମ୍ବର (ହି.ସ.)- ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ଗତ ଏକ ସପ୍ତାହରୁ ଅଧିକ ହେବ ଜିଲ୍ଲାର ବିଭିହ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ଲାଗି ହାତରେ ପ୍ଲା କାର୍ଡ ଧରି ଶୋଭାଯାତ୍ରାରେ ବାହାରି ଛକ ବଜାର ବସଷ୍ଟାଣ୍ଡ ଇତ୍ୟାଦି ଜନଗହଳି ସ୍ଥାନରେ ନିଶା ସେବନ ଦ୍ୱାରା କୁ ପ୍
ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ନା ପ୍ରହସନ


ଘଟଗାଁ, ୧୪ ସେପ୍ଟେମ୍ବର (ହି.ସ.)- ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ଗତ ଏକ ସପ୍ତାହରୁ ଅଧିକ ହେବ ଜିଲ୍ଲାର ବିଭିହ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ଲାଗି ହାତରେ ପ୍ଲା କାର୍ଡ ଧରି ଶୋଭାଯାତ୍ରାରେ ବାହାରି ଛକ ବଜାର ବସଷ୍ଟାଣ୍ଡ ଇତ୍ୟାଦି ଜନଗହଳି ସ୍ଥାନରେ ନିଶା ସେବନ ଦ୍ୱାରା କୁ ପ୍ରଭାବ ଶିକାର ହୋଇ ନିଜର ସହିତ ପରିବାର ଦୁଃଖ ଉପରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି। ବିଭିନ୍ନ ଥାନା ଗୁଡିକରେ ମଧ୍ୟ ବରିଷ୍ଠ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ସଚେତନତା ସଭା କରାଯାଉଛି। ତେବେ ବାସ୍ତବତାକୁ ଦେଖିଲେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ନୁହେଁ ଏହା ଏକ ପ୍ରହସନ ଭଳି ମନେ ହେଉଛି। ବିଭିନ୍ନ ବିଦ୍ୟାଳୟ ଗୁଡିକରେ ନିଶା ନିବାରଣ ସଚେତନ ଅଭିଯାନ ଚାଲୁଥିଲେ ସୁଦ୍ଧା ଜିଲ୍ଲାର ଅନେକ ଗାଁ ଗୁଡିକରେ ରନ୍ଧା ଦେଶୀ ମହୁଲି ମଦ ପ୍ରସ୍ତୁତ କରି ଆଖପାଖ ଗାଁ ଗୁଡିକୁ ଚାଲାଣ କରାଯାଉଛି। ଗାଁ ଗୁଡିକରେ ମହୁଲି ମଦ ବିକ୍ରି କରି ବ୍ୟବସାୟୀ ମାଲେ ମାଲ ହେଉଥିବା ବେଳେ ଅନେକ ଘରେ ପାରିବାରିକ କଳହ ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଉଛି।

ଅନ୍ୟପକ୍ଷରେ ନିଶା ଦ୍ରବ୍ୟ ସେବନ ଯୋଗୁ ଅନେକ ପିଲା ଅନାଥ ହେବା ସଙ୍ଗେ ସଙ୍ଗେ ମହିଳା ମାନେ ବିଧବା ହେଉଛନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ପରିବାର ମଙ୍ଗଳ, ବିଧବା ଭତ୍ତା ଭଳି ଅନେକ ଯୋଜନାରେ ରାଜସ୍ବ ହାନି ହେଉଛି। ସାଧାରଣରେ ଆଲୋଚନା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନିଶା ନିବାରଣ ସଚେତନ କାର୍ଯ୍ୟକ୍ରମ କରୁଥିବା ବେଳେ ନିଶା କାରବାର ବ୍ୟବସାୟ କରୁଥିବା ବ୍ୟବସାୟୀ ନିର୍ଭୟରେ ମାଦକ ଦ୍ରବ୍ୟ ବିକ୍ରି କରୁଛନ୍ତି। ଫଳରେ ଚୋରି, ଡକାୟତି, ବଳାତ୍କାର ଭଳି ଘଟଣା ବଢ଼ି ଚାଲିବା ସଙ୍ଗେ ସଙ୍ଗେ ଶୃଙ୍ଖଳା ବ୍ୟବସ୍ଥା ଉଜୁଡି ଯାଉଛି। ଅବଶ୍ୟ ଅନେକ ସମୟରେ ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ ହେଉଥିଲେ ସୁଦ୍ଧା ସଫଳତା ମିଳୁ ଥିଲେ ମଧ୍ୟ ଆସାମୀଙ୍କୁ ଧରିବାରେ ବିଫଳ ହେଉଛନ୍ତି। ଉକ୍ତ ଘଟଣା ଗୁଡିକୁ ଲକ୍ଷ୍ୟ କଲେ ମନେ ହେଉଛି ନିଶା ନିବାରଣ ସଚେତନତା କାର୍ଯ୍ୟକାରୀ ନୁହେଁ ବରଂ ଏହା ଏକ ପ୍ରହସନ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande