
ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ଜୟ ଭାରତ ଫାଉଣ୍ଡେସନର ୨୭ତମ ପ୍ରତିଷ୍ଠା ଦିବସ ଓ ‘ଭାରତ ପ୍ରତିଭା ସମ୍ମାନ-୨୦୨୬’ ସମାରୋହରେ ଯୋଗଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଆକାଶ ଦାସ ନାୟକ, ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ, ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀତମ ଦାସ ଏବଂ ଅନ୍ୟ ବରିଷ୍ଠ ଅତିଥି ମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଆମ ଦେଶର ୨୮ ରାଜ୍ୟ ଓ ୮ ଦେଶରେ ପହଂଚିଥିବା ଏହି ଉଦ୍ୟୋଗ ଯାତ୍ରା ଓଡ଼ିଆ ଉଦ୍ୟୋଗୀ ପ୍ରତିଭାର ପ୍ରତୀକ। ଏଫପିଓ ମାଧ୍ୟମରେ କୃଷକଙ୍କୁ ବଜାର ସହ ଯୋଡ଼ିବା ଏବଂ ବିପର୍ଯ୍ୟୟ ବେଳେ ୮୦ ଏମଟି ଶୁଖିଲା ଖାଦ୍ୟ ପ୍ରଦାନ ଭଳି ସିଏସଆର କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ। ସମ୍ମାନିତ ସମସ୍ତ ପ୍ରତିଭାଙ୍କୁ ଶୁଭେଚ୍ଛା। ସରକାର ଓ ଶିଳ୍ପର ମିଳିତ ସହଭାଗିତାରେ ହିଁ ସଶକ୍ତ ଓଡ଼ିଶା ସମ୍ଭବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା