ବନ୍ତରେ ଦେଶୀ ମଦ ଜବଦ୍
ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ବନ୍ତ ପୋଲିସ ରବିବାର ପୋଟ୍ରୋଲିଂ ସମୟରେ ଦେଶୀ ମଦ ଜବଦ କରିଛି । ଚୋରା ମଦ ବିକ୍ରୀରେ ସଂପୃକ୍ତ ବ୍ୟକ୍ତି ଜଣକ ହେଲେ ଛୟାଳସିଂ ଗ୍ରାମର ରବିନ୍ଦ୍ର ଜେନା । ତାଙ୍କ ନିକଟରୁ ୪୫ ପ୍ୟାକେଟ ମହୁଲି ମଦ ଜବଦ କରିଛି ପୋଲିସ୍ । ସେହିପରି ଟିଲୋ ତେଲିସାହିର ପ୍ରମୋ
bonth desi mada jabada


ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ବନ୍ତ ପୋଲିସ ରବିବାର ପୋଟ୍ରୋଲିଂ ସମୟରେ ଦେଶୀ ମଦ ଜବଦ କରିଛି । ଚୋରା ମଦ ବିକ୍ରୀରେ ସଂପୃକ୍ତ ବ୍ୟକ୍ତି ଜଣକ ହେଲେ ଛୟାଳସିଂ ଗ୍ରାମର ରବିନ୍ଦ୍ର ଜେନା । ତାଙ୍କ ନିକଟରୁ ୪୫ ପ୍ୟାକେଟ ମହୁଲି ମଦ ଜବଦ କରିଛି ପୋଲିସ୍ । ସେହିପରି ଟିଲୋ ତେଲିସାହିର ପ୍ରମୋଦ କୁମାର ଧଳଙ୍କ ଘରେ ଚଢାଉ କରାଯାଇ ୪୦ ପ୍ୟାକେଟ୍ ମଦ ଜବଦ କରାଯାଇଛି । ଉଭୟଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande