
ଜୟପୁର, ୧୪ ସେପ୍େଟମ୍ବର (ହି.ସ.) - ବିଘ୍ନବିନାଶନ ଗଣେଷ ପୁଜା ଆଜି ଉତ୍ସାହ ମଧ୍ୟରେ ଆରମ୍ଭ ହୋଇଛି । ଜୟପୁର ସହରର ପୁରୁଣାଗଡରେ ଥିବା ଗଣେଷ ମନ୍ଦିରରେ ଆଜି ନିତି କାନ୍ତୀ ପୁଜା ପାଠରେ ଗଣେଷ ପୁଜା କରାଯାଉଇଛି । ଭକ୍ତ ମାନେ ଲମ୍ବା ଲାଇନରେ ଯାଇ ଗଣେଷକୁ ପୁଜା ପାଠ କରୁଥିବା ଲକ୍ଷ୍ୟ କରାଯାଇଛି । ସେହିପରି ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ଶାରଦାବିହାର ସ୍ଥିତ ସରସ୍ୱତି ବିଦ୍ୟାମନ୍ଦିର, ଅରବିନ୍ଦ ନଗର ସ୍ଥିତ ଶିଶୁବିଦ୍ୟା ମନ୍ଦିର, ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବିଘ୍ନ ବିନାଶନ ଙ୍କ ପୁଜା ଆରମ୍ଭ ହୋଇଛି । ଛାତ୍ରୀ ଛାତ୍ର ମାନେ ନୁଆଡ୍ରେସ ପିନ୍ଦି ସକାଳୁ ସକାଳୁ ହାତରେ ନଡିଆ, କଦଳୀ ଧରି ସ୍କୁଲ ଅଭିମୁଖେ ବାହାରିଥିବା ଦେଖା ଯାଇଥିଲା । ସ୍କୁଲ ମାନଙ୍କରେ ପ୍ରଭୁ ଗଣେଷ ଙ୍କୁ ପୁଷ୍ପାଂଜଳି ଦେବା ପାଇଁ ଭକ୍ତଙ୍କ ଭିଡ ଜମିଥିଲା । ସହରରେ ଛୋଟ ବଡ ବଡ ମେଡ କରାଯାଇ ଗଣେଷ ଙ୍କୁ ପୁଜା କରାଯାଉଥିବା ବେଳେ ସହର ସାରା ଆକର୍ଷଣ ଲାଇଟ ଲାଗାଇ ଉତ୍ସବ ମୁଖର ହୋଇପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି