ଯୋଗନିଦ୍ରା ଓ ମାନସିକ ଚାପହ୍ରାସ କୌଶଳ ତାଲିମ ଶିବିର ଆୟୋଜିତ
ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ବର୍ତମାନ ସାମାଜିକ ସ୍ଥିତି କାରଣରୁ ଅଧିକାଂଶ ବ୍ୟକ୍ତି ମାନସିକ ଚାପହେତୁ ଆବଶ୍ୟକ ପରିମାଣର ନିଦ୍ରା ଅଭାବ ଜନିତ ସମସ୍ୟାରେ ଜର୍ଜରିତ। ନିଦ୍ରା ଶରୀରକୁ ପୁନଃନବୀକରଣ ଶକ୍ତି ଯୋଗାଉଥିବାରୁ ଏହାର ଅଭାବହେତୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ ରୋଗ ସୃଷ୍ଟି ହେଉଛି
uyk


ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ବର୍ତମାନ ସାମାଜିକ ସ୍ଥିତି କାରଣରୁ ଅଧିକାଂଶ ବ୍ୟକ୍ତି ମାନସିକ ଚାପହେତୁ ଆବଶ୍ୟକ ପରିମାଣର ନିଦ୍ରା ଅଭାବ ଜନିତ ସମସ୍ୟାରେ ଜର୍ଜରିତ। ନିଦ୍ରା ଶରୀରକୁ ପୁନଃନବୀକରଣ ଶକ୍ତି ଯୋଗାଉଥିବାରୁ ଏହାର ଅଭାବହେତୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ ରୋଗ ସୃଷ୍ଟି ହେଉଛି ବୋଲି ଋଷି ଚୈତନ୍ୟ ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ଆନନ୍ଦମୂର୍ତି ଗୁରୁମା କହିଛନ୍ତି।ଭୁବନେଶ୍ୱର ନିଳାଦ୍ରୀବିହାରଠାରେ ଏକ ଯୋଗନିଦ୍ରା' ତାଲିମ କାର୍ଯ୍ୟକ୍ରମ ପରିଚାଳନା ଅବସରରେ ଉତମ ସ୍ୱାସ୍ଥ୍ୟ ନିମିତ ଯୋଗନିଦ୍ରା'କୁ ଏକ ଅବ୍ୟର୍ଥ ଉପାୟ କହି ଏହାର ଅଭ୍ୟାସ ସମ୍ପର୍କରେ ବିସ୍ତୃତ ସୂଚନା ଓ କୌଶଳ ବର୍ଣ୍ଣନା କରିଛନ୍ତି । ମନରୁ ଚାପ ନିୟନ୍ତ୍ରଣ କରିବା, ମନ ଓ ଶରୀରକୁ ଶାନ୍ତ ରଖିବା, ମାନସିକ ଉଦ୍ୱେଗ ହ୍ରାସ କରିବା ଆଦି ଉଦ୍ଦେଶ୍ୟରେ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ନାଲକୋର ବହୁ ବରିଷ୍ଠ ଅଧିକାରୀ, ପ୍ରଶାସକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀ, ଚିକିତ୍ସକ, ବ୍ୟବସାୟୀ, ସାଧାରଣଜନତା ବହୁସଂଖ୍ୟାରେ ଯୋଗ ଦେଇଥିଲେ । ପୂର୍ବରୁ ଏହି କାର୍ଯ୍ୟକ୍ରମ ସହିଦନଗର, ଫୁଲନଖରା, କଟକର କେତେକ ସ୍ଥାନରେ ଆୟୋଜିତ ହୋଇଥିବାର ସୂଚନା ଆୟୋଜକ କର୍ମକର୍ତାମାନେ ସୂଚନା ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande