୨ବର୍ଷ ହେବ ନ୍ୟାୟ ଅପେକ୍ଷାରେ ଚାନ୍ଦବାଲି ୩୬ ପଂଚାୟତବାସୀ, ୨୦କୋଟି ଦାନା ବାତ୍ୟା କ୍ଷତିପୂରଣ କାର୍ଯ୍ୟ ଅବଶମ୍ଭାବୀ
ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ୨୦୨୪ ମସିହା ଅକ୍ଟୋବର ୨୫ ରେ ହୋଇଥିବା ଦାନା ବାତ୍ୟାରେ ଚାନ୍ଦବାଲି ବ୍ଲକ ରେ ବ୍ୟାପକ କ୍ଷତି ହୋଇଥିଲା।ଏଭଳି ଅସମୟରେ ଚାନ୍ଦବାଲି ବ୍ଲକରେ ଥିବା ୩୬ଟି ପଂଚାୟତରେ ସର୍ଭେ କରାଯାଇ ସର୍ଭେ ରିପୋର୍ଟ ସରକାରଙ୍କୁ ଅବଗତ କରାଯାଇଥିଲା। ଏଭଳି ପରିସ୍ଥିତିରେ ଚାନ୍ଦବାଲି
୨ବର୍ଷ ହେବ ନ୍ୟାୟ ଅପେକ୍ଷାରେ ଚାନ୍ଦବାଲି ୩୬ ପଂଚାୟତବାସୀ, ୨୦କୋଟି ଦାନା ବାତ୍ୟା କ୍ଷତିପୂରଣ କାର୍ଯ୍ୟ ଅବଶମ୍ଭାବୀ


ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ୨୦୨୪ ମସିହା ଅକ୍ଟୋବର ୨୫ ରେ ହୋଇଥିବା ଦାନା ବାତ୍ୟାରେ ଚାନ୍ଦବାଲି ବ୍ଲକ ରେ ବ୍ୟାପକ କ୍ଷତି ହୋଇଥିଲା।ଏଭଳି ଅସମୟରେ ଚାନ୍ଦବାଲି ବ୍ଲକରେ ଥିବା ୩୬ଟି ପଂଚାୟତରେ ସର୍ଭେ କରାଯାଇ ସର୍ଭେ ରିପୋର୍ଟ ସରକାରଙ୍କୁ ଅବଗତ କରାଯାଇଥିଲା। ଏଭଳି ପରିସ୍ଥିତିରେ ଚାନ୍ଦବାଲି ବ୍ଲକର ୩୬ଟି ପଂଚାୟତକୁ ବାତ୍ୟା ଆକଳନ ଅନୁଯାଇ ରାଜ୍ୟ ସରକାରଙ୍କ ବାତ୍ୟା ପ୍ରଶମନ ବିଭାଗ ତର‘ରୁ ଉନ୍ନତି କରଣ ତଥା କ୍ଷୟକ୍ଷତି କୁ ପୂରଣ କରିବା ପାଇଁ ୨୦ କୋଟି ଟଙ୍କା ଅନୁଦାନ ଆସିଥିଲା। ସର୍ଭେ ରିପୋର୍ଟରେ କିଛି ସତ କିଛି ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଥିଲା। ଏହି କ୍ରମରେ ଚାନ୍ଦବାଲି ବ୍ଲକରେ ଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପଂଚାୟତିରାଜରେ ଅର୍ନ୍ତଭୁକ୍ତ କରାଯିବା ସହ କ୍ଷୟକ୍ଷତି ଆକଳନ କରାଯାଇ ଚୁଡାନ୍ତ ରିପୋର୍ଟ ପ୍ରଦାନ କରାଯାଇଥିଲା ମାତ୍ର ଏହି ଅନୁଦାନ ଆସିବା ପରେ ଚାନ୍ଦବାଲି ପଂଚାୟତ ସମିତିରେ ଶାସକ ଦଳ ଏବଂ ବିଜୁ ଜନତା ଦଳ ମଧ୍ୟରେ ଛକାପଂଝା ଆରମ୍ଭ ହୋଇଗଲା। ଏହି କ୍ରମରେ ବିଜେପି ନେତା ମାନେ ଚାହିଁଥିଲେ ୩୬ଟି ପଂଚାୟତରେ ସେମାନଙ୍କ ରାଜ ଚାଲିବ ଏବଂ ଆସିଥିବା କ୍ଷତିପୂରଣ ରାଶିରେ କେବଳ ସେମାନେ ହିଁ କାର୍ଯ୍ୟ କରିବେ ମାତ୍ର ସେମାନଙ୍କ ଆଶା ଆଶା ରେ ହିଁ ରହିଗଲା। ବିଜେଡି ଦଳ ତରଫରୁ ମଧ୍ୟ ଅନୁରୁପ ଆଶା କରାଯାଇଥିଲା। ମାତ୍ର ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଏହି ୨୦କୋଟି କ୍ଷତିପୂରଣ ରାଶିରୁ ବିଜେପି ଦଳ ୭୫ ଭାଗ କାର୍ଯ୍ୟ କରିବା ସହ ବିଜେଡି ଦଳ ୨୫ପ୍ରତିଶତ କାର୍ଯ୍ୟ କରିବା ବୋଲି ମାତ୍ର ଏକ ଅମିମାଂସିତ ନ୍ୟାୟ ହୋଇଥିଲା। ମାତ୍ର ଏହି ନ୍ୟାୟ କୌଣସି ରାଜନୈତିକ ଦଳକୁ ସୁହାଇଲା ନାହିଁ। ଅନ୍ୟ ପକ୍ଷରେ କେଉଁ ପରିସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପଂଚାୟତିରାଜରେ ଅର୍ନ୍ତଭୁକ୍ତ କରାଗଲା ଏହାକୁ ନେଇ ବିବାଦ ଉଠିଲା। ଶେଷରେ ବିଜୁ ଜନତା ଦଳ ନ୍ୟାୟ ପାଇଁ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଲା। ଫଳରେ ଚାନ୍ଦବାଲି ବ୍ଲକକୁ ଆସିଥିବା ୨୦କୋଟି ଅନୁଦାନ ତ୍ରିଶଙ୍କୁ ଅବସ୍ଥାରେ ରହିଗଲା। ଦୀର୍ଘ ୨ବର୍ଷ ପୁରି ଯାଇଥିଲେ ମଧ୍ୟ କୌଣସି ଦଳକୁ ନ୍ୟାୟ ମିଳି ପାରି ନାହିଁ ଫଳରେ ଅନିଶ୍ଚିତତା ମଧ୍ୟରେ ଦିନ ବିତିଚାଲିଛି। ରାଜ୍ୟ ସରକାରଙ୍କ ବାତ୍ୟା ପ୍ରଶମନ ବିଭାଗ ର ନୀତି ଅନୁଯାଇ ଆସିଥିବା ଅନୁଦାନ ରାଶିରେ ୪୫ ଦିନ ମଧ୍ୟରେ କାର୍ଯ୍ୟ କରିବାର ନିୟମ ଅଛି ନଚେତ ଏହି ଅନୁଦାନ ରାଶି ପୁନଶ୍ଚ ସଂପୃକ୍ତ ବିଭାଗକୁ ଫେରିଯିବାର ନିୟମ ଅଛି ବୋଲି ଚର୍ଚା ଚାଲିଛି। ଦୀର୍ଘ ୨ବର୍ଷ ହେବ ଏହି ୨୦ କୋଟି ଟଙ୍କାର ଭାଗ୍ୟ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଥିବା ବେଳେ ଆଗାମୀ ଦିନରେ ଆସିଥିବା ୨୦ କୋଟି ଟଙ୍କା ଫେରିଯିବ କି ରହିବ ତାହାର ସବିଶେଷ ତଥ୍ୟ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ। ଗୋଟିଏ ରାଜନୈତିକ ଦଳ ଅନୁଦାନ ରାଶି ଆଣୁଥିବା ବେଳେ ଅନ୍ୟ ଏକ ରାଜନୈତିକ ଦଳ ଏହାର ଫାଇଦା ନେବାରେ ବ୍ୟସ୍ଥ ମାତ୍ର ଏଭଳି ବିବାଦୀୟ ସ୍ଥିତିରେ ଉନ୍ନତି ମୂଳକ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇ ଯାଇଛି।ପ୍ରଶାସନିକ ସ୍ତରରେ ଏହାର ସୁସମାଧାନ ହେବା ଜରୁରୀ ହୋଇ ପଡିଛି। ଅନ୍ୟ ପକ୍ଷରେ ଏହାକୁ ନେଇ ଉଚ୍ଚ ନ୍ୟାୟାଳୟରେ କେସ ଚାଲିଥିବା ବେଳେ ଚାନ୍ଦବାଲି ବିଡିଓ ସଞ୍ଜିବ ମହାପାତ୍ର କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande