ବାବା ପ୍ରେମାନନ୍ଦ ଗିରିଙ୍କ ୬୭ ତମ ଶ୍ରାଦ୍ଧ ଉତ୍ସବ ପାଳିତ
ଭୁବନ , ୧୫ ସେପ୍ଟେମ୍ବର (ହି.ସ.) - ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ୱର୍ ୱାର୍ଡ ଲତବିଲ ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ( ଛତା ମଠ) ଠାରେ ବାବା ପ୍ରେମାନନ୍ଦ ଗିରିଙ୍କ ୬୭ ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି। ପବିତ୍ର ଋଷି ପଂଚମୀ ଅବସରରେ କାଶୀ ବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହ
ସାଧୁ ସନ୍ଥ


ବାବା ପ୍ରେମାନନ୍ଦ


ଭୁବନ , ୧୫ ସେପ୍ଟେମ୍ବର (ହି.ସ.) - ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ୱର୍ ୱାର୍ଡ ଲତବିଲ ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ( ଛତା ମଠ) ଠାରେ ବାବା ପ୍ରେମାନନ୍ଦ ଗିରିଙ୍କ ୬୭ ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି। ପବିତ୍ର ଋଷି ପଂଚମୀ ଅବସରରେ କାଶୀ ବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତାମଠ ପୁରୋଧା ସ୍ୱାମୀ ରାମାନନ୍ଦ ଭାରତୀଙ୍କ ସମେତ ବିଭିନ୍ନ ସ୍ଥାନରୁ ୧୦ ଜଣ ସାଧୁ ସନ୍ଥ ଯୋଗଦେଇଥିଲେ । ଏହି ଅବସରରେ ପ୍ରବଚନ ଓ ଭଜନ କୀର୍ତନ ଅନୁଷ୍ଠିତ ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ସାମୂହିକ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀପ ଦାସ ସଂଯୋଜନା କରିଥିବା ବେଳେ ସଦାନନ୍ଦ ନାୟକ,ସୁରେନ୍ଦ୍ର କୁମାର ପୋଥାଳ,ସନ୍ତୋଷ କୁମାର ପୋଥାଳ ଓ ସମସ୍ତ କାର୍ଯ୍ୟକର୍ତା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande