ଶ୍ରୀ ଭବାନୀ ପଲ୍ଲୀ କ୍ଲିନିକ ଉଦଘାଟିତ, ରକ୍ତଦାନ ଶିବିରରେ ୪୦ ୟୁନିଟ୍ ସଂଗ୍ରହ
ଭଦ୍ରକ, ୧୫ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହର ର ମଧ୍ୟ ସ୍ଥଳି କଚେରୀ ବଜାର ଅଂଚଳରେ ଶ୍ରୀ ଭବାନୀ ପଲ୍ଲୀ କ୍ଲିନିକ ଉଦଘାଟିତ ହୋଇଯାଇଛି।ଏସ ସି ବି ମେଡିକାଲ କଲେଜର ବିଭାଗୀୟ ମୁଖ୍ୟ ଭେଷଜ ପ୍ରଫେସର ଡ଼କ୍ଟର ଜୟନ୍ତ କୁମାର ପଣ୍ଡା ଏହି କ୍ଲିନିକ ଟି କୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଲୋକଙ୍କ
SRI BHABANI CLINIC UDGHATITA


ଭଦ୍ରକ, ୧୫ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହର ର ମଧ୍ୟ ସ୍ଥଳି କଚେରୀ ବଜାର ଅଂଚଳରେ ଶ୍ରୀ ଭବାନୀ ପଲ୍ଲୀ କ୍ଲିନିକ ଉଦଘାଟିତ ହୋଇଯାଇଛି।ଏସ ସି ବି ମେଡିକାଲ କଲେଜର ବିଭାଗୀୟ ମୁଖ୍ୟ ଭେଷଜ ପ୍ରଫେସର ଡ଼କ୍ଟର ଜୟନ୍ତ କୁମାର ପଣ୍ଡା ଏହି କ୍ଲିନିକ ଟି କୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଲୋକଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଧ୍ୟମ।ବିଶେଷ କରି ପ୍ରତ୍ୟେକ ଲୋକଙ୍କୁ ଆଉ ଅଧିକ ଖର୍ଚ୍ଚାନ୍ତ ନକରି ସହଜ ସୁବିଧା ରେ ଓ ଉପଯୁକ୍ତ ମୂଲ୍ୟରେ ରୋଗ ନିରୂପଣ ପାଁଇ ଯେତିକି ଆବଶ୍ୟକ ପଡୁଥିବା ଟେଷ୍ଟ ଗୁଡିକ ସଠିକ ଭାବେ ମୂଲ୍ୟାୟନ କରାଯିବାର ଏହି କ୍ଲିନିକର ଲକ୍ଷ୍ୟ ରହିଛି ବୋଲି ଡାକ୍ତର ଶ୍ରୀ ପଣ୍ଡା କହିଥିଲେ।ଏହି ଉଦ୍ଘାଟନ ଅବସରରେ ଏକ ରକ୍ତଦାନ ଶିବିର କ୍ଲିନିକ ଭିତରେ ଆୟୋଜନ କରାଯାଇଥିଲା।୪୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।କ୍ଲିନିକର ପ୍ରୋପାଇଟର ତଥା ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ପରିଦର୍ଶିକା କମଳା ସାହୁ ଉନ୍ନତ ମାନର ସେବା ଯୋଗାଇଦେବା ଭବାନୀ କ୍ଲିନିକ ର ଉଦ୍ଦେଶ୍ୟ ବୋଲି ସୂଚନା ଦେଇଥିଲେ କ୍ଲିନକ ର ଅନ୍ୟତମ ମୁଖ୍ୟ ନରେନ୍ଦ୍ର ପ୍ରସାଦ ସାହୁ,ଭବାନୀ ଶଙ୍କର ସାହୁ,କ୍ରିଷ୍ନା କାବେରୀ ସାହୁ ଙ୍କ ସମେତ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ର ସଭାପତି ହରେକୃଷ୍ଣ ନାୟକ,ଡାକ୍ତର ରବି ନାୟକ,ଡାକ୍ତର ପି କେ ରଥ,ଜିତେନ୍ଦ୍ର ରାୟ,ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande