ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥା : ଚକ୍ଷୁ ବିଭାଗରେ ଝୁଲୁଛି ତାଲା, ରୋଗୀ ମହଲରେ ତୀବ୍ର ଅସନ୍ତୋଷ
ଚମ୍ପୁଆ, ୧୫ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏହି ପ୍ରମୁଖ ଡାକ୍ତରଖାନା ଉପରେ କେବଳ ଚମ୍ପୁଆ ଉପଖଣ୍ଡ ନୁହେଁ, ବରଂ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲା ଏବଂ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ହଜାର ହଜାର ଗରିବ
ଚମ୍ପୁଆ ଡାକ୍ତରଖାନା ଚକ୍ଷୁ ବିଭାଗ


ଚମ୍ପୁଆ, ୧୫ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏହି ପ୍ରମୁଖ ଡାକ୍ତରଖାନା ଉପରେ କେବଳ ଚମ୍ପୁଆ ଉପଖଣ୍ଡ ନୁହେଁ, ବରଂ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲା ଏବଂ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ହଜାର ହଜାର ଗରିବ ଲୋକ ନିର୍ଭର କରିଥାନ୍ତି। ମାତ୍ର ଦୀର୍ଘ ଦିନ ହେବ ଏଠାରେ ଚିକିତ୍ସା ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି।

ସୂଚନା ଅନୁଯାୟୀ, ଦୀର୍ଘ ଏକ ବର୍ଷ ହେବ ଏହି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସାଳୟରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ପଦବୀ ଖାଲି ପଡ଼ିଛି। ପ୍ରଶାସନ ପକ୍ଷରୁ ଜଣେ ଶିଶୁ ଚିକିତ୍ସକଙ୍କୁ ଏହି ପଦବୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ମାତ୍ର ସ୍ଥାୟୀ ଅଧିକାରୀ ନଥିବାରୁ ଏବଂ ଭାରପ୍ରାପ୍ତ ଅଧିକାରୀଙ୍କୁ ଡାକ୍ତରଖାନାର କର୍ମଚାରୀମାନେ ଗୁରୁତ୍ୱ ଦେଉନଥିବାରୁ, ଚିକିତ୍ସାଳୟ ପରିଚାଳନାରେ ଚରମ ମନମୁଖୀ ଶାସନ ଚାଲିଥିବା ଅଭିଯୋଗ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ଗତ କିଛି ଦିନ ହେବ ଡାକ୍ତରଖାନାର ଚକ୍ଷୁ ବିଭାଗରେ ଦେଖିବାକୁ ମିଳିଛି। ଚକ୍ଷୁ ବିଶେଷଜ୍ଞ ଦୀର୍ଘ ଦିନ ଧରି ଡାକ୍ତରଖାନା ଆସୁନଥିବା ବେଳେ ବିଭାଗୀୟ କକ୍ଷରେ ତାଲା ଝୁଲୁଛି। ଅନ୍ୟପଟେ, ଏହି ବିଭାଗରେ ଥିବା ଅନ୍ୟ ଜଣେ କର୍ମଚାରୀ ନିଜ ମନମର୍ଜି ଅନୁସାରେ ଅଫିସ ଖୋଲୁଛନ୍ତି ଏବଂ ବନ୍ଦ କରୁଛନ୍ତି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଶହ ଶହ ଚକ୍ଷୁ ରୋଗୀ ଦୈନିକ ସେବା ନପାଇ ହତାଶ ହୋଇ ଫେରୁଛନ୍ତି। ସାଧାରଣ ଗରିବ ଲୋକେ ଡାକ୍ତରଖାନା ଆସି ଉପଯୁକ୍ତ ଚିକିତ୍ସା ନପାଇ ହଇରାଣ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ରୋଗୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗମ୍ଭୀର ସମସ୍ୟା ପ୍ରତି କେନ୍ଦୁଝର ଜିଲ୍ଲା ପ୍ରଶାସନ ତୁରନ୍ତ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଖାଲି ପଡ଼ିଥିବା ସ୍ଥାୟୀ ପଦବୀ ପୂରଣ ଏବଂ ଚକ୍ଷୁ ବିଭାଗକୁ ସ୍ଵାଭାବିକ କରିବାକୁ ଜନସାଧାରଣରେ ଦୃଢ଼ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande