
କେନ୍ଦ୍ରାପଡା ୧୫ ସେପ୍ଟେମ୍ବର (ହି.ସ.) କେନ୍ଦ୍ରାପଡାର ବରିଷ୍ଟ ଆଇନଜୀବୀ ସ୍ୱର୍ଗତଃ ମୀର୍ ଅଫସର୍ ଅଲ୍ଲୀ ବକ୍ସଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ସମ୍ମିଳନୀ କକ୍ଷରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓକିଲ ସଂଘ ସଭାପତି ରବି ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋକସଭାରେ ଓକିଲ ସଂଘ ପକ୍ଷରୁ ସ୍ୱର୍ଗତଃ ଅଫସର୍ ଅଲ୍ଲୀଙ୍କ ଆମ୍ôାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ୱର୍ଗତଃ ଅଲ୍ଲୀ ଜଣେ ପରୋପକାରୀ, ସରଳ, ମିଷ୍ଟଭାଷୀ ହୋଇଥିବାରୁ ତାଙ୍କ ବିୟୋଗରେ ବରିଷ୍ଟ ଆଇନ୍ଜିବୀମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ନିହାର ରଞ୍ଜନ ମହାପାତ୍ର, ଉପସଭାପତି ନୃସିଂହ ଚରଣ ରାଉତ, ପ୍ରାର୍ଥ ଚକ୍ରବର୍ତ୍ତୀ, ମନୋରଞ୍ଜନ ବେହେରା, ଗୋବର୍ଦ୍ଧନ ରାଉତ, ଭୀମସେନ ଭୂୟାଁ, ରଞ୍ଜନ ଦାସ, ସେକ୍ ଅଜିମୁଦ୍ଦିନ, ରାଜୀବ ପାତ୍ରଙ୍କ ସମେତ ବହୁ ଆଇନ୍ଜିବୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି