ପୂଜାମଣ୍ଡପରେ କଂଗ୍ରେସ ନେତା ଶିବୁ ଲେଙ୍କା
କେନ୍ଦ୍ରାପଡ଼ା 15 ସେପ୍ଟେମ୍ବର (ହି.ସ.)ପବିତ୍ର ଗଣେଶ ପୂଜା ଅବସରରେ ମାର୍ଶାଘାଇ ବ୍ଲକ ତଥା ମାର୍ଶାଘାଇ ଥାନା ଅଞ୍ଚଳର ବିଭିନ୍ନ ପୂଜାମଣ୍ଡପ ବୁଲି ଗଜାନନଙ୍କ ଦର୍ଶନ କରିଛନ୍ତି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ବିଭ୍ରାଂଶୁ ଶେଖର ଲେଙ୍କା (ଶିବୁ ଲେଙ୍କା) । ଏହି ଥାନା ଅଧିନ ତେରଗାଁ ପ
ପୂଜାମଣ୍ଡପରେ କଂଗ୍ରେସ ନେତା ଶିବୁ ଲେଙ୍କା


କେନ୍ଦ୍ରାପଡ଼ା 15 ସେପ୍ଟେମ୍ବର (ହି.ସ.)ପବିତ୍ର ଗଣେଶ ପୂଜା ଅବସରରେ ମାର୍ଶାଘାଇ ବ୍ଲକ ତଥା ମାର୍ଶାଘାଇ ଥାନା ଅଞ୍ଚଳର ବିଭିନ୍ନ ପୂଜାମଣ୍ଡପ ବୁଲି ଗଜାନନଙ୍କ ଦର୍ଶନ କରିଛନ୍ତି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ବିଭ୍ରାଂଶୁ ଶେଖର ଲେଙ୍କା (ଶିବୁ ଲେଙ୍କା) । ଏହି ଥାନା ଅଧିନ ତେରଗାଁ ପଞ୍ଚାୟତ ଘୋଡ଼ାବନ୍ଧ ଗ୍ରାମର ଯୁବକର୍ମୀ ମାନଙ୍କୁ ଦ୍ୱାରା ପୂଜା କରାଯାଉଥିବା ଗଣେଶ ପୂଜା ମଣ୍ଡପରେ ଦର୍ଶନ କରିବା ସହିତ ଯୁବକ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ନେତା ରତିକାନ୍ତ ବେଉରା, ଅଙ୍ଗୁଳାଇ ପଞ୍ଚାୟତର ଯୁବନେତା ପ୍ରଶାନ୍ତ ମଲିକ ପ୍ରମୁଖ ସାଥିରେ ସାମିଲ ଥିଲେ କ୍ଷ ଘୋଡ଼ାବନ୍ଧ ଗ୍ରାମର ଯୁବକ ମାନେ କଂଗ୍ରେସ ନେତା ଙ୍କୁ ସ୍ୱାଗତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande