ନେପାଳରେ ୧୧ ଦିନ ପରେ ସୁରକ୍ଷିତ ଭାବେ ମିଳିଲା ୧୫ ମାସର ନିଖୋଜ ଶିଶୁ, ଅପହରଣ ଅଭିଯୋଗରେ ମହିଳା ଗିରଫ
କାଠମାଣ୍ଡୁ, ୧୫ ସେପ୍େଟମ୍ବର (ହି.ସ.)- ନେପାଳର ଧନୁଷା ଜିଲ୍ଲାର ବିଦେହ ନଗରପାଳିକା ଅଂଚଳର ତ୍ରିକୋରିଆରୁ ନିଖୋଜ ହୋଇଥିବା ୧୫ ମାସର ଶିଶୁକୁ ପୁଲିସ ୧୧ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଶିଶୁର ଅପହରଣ ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି।ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଧନୁଷା ଅନ
ନେପାଳରେ ୧୧ ଦିନ ପରେ ସୁରକ୍ଷିତ ଭାବେ ମିଳିଲା ୧୫ ମାସର ନିଖୋଜ ଶିଶୁ, ଅପହରଣ ଅଭିଯୋଗରେ ମହିଳା ଗିରଫ


କାଠମାଣ୍ଡୁ, ୧୫ ସେପ୍େଟମ୍ବର (ହି.ସ.)- ନେପାଳର ଧନୁଷା ଜିଲ୍ଲାର ବିଦେହ ନଗରପାଳିକା ଅଂଚଳର ତ୍ରିକୋରିଆରୁ ନିଖୋଜ ହୋଇଥିବା ୧୫ ମାସର ଶିଶୁକୁ ପୁଲିସ ୧୧ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଶିଶୁର ଅପହରଣ ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି।ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଧନୁଷା ଅନୁଯାୟୀ, କମଲେଶ ମହତୋଙ୍କ ୧୫ ମାସର ପୁଅ ସିଦ୍ଧାନ୍ତ ମହତୋ ୩ ସେପ୍େଟମ୍ବର ଦିନ ସନ୍ଧ୍ୟା ପ୍ରାୟ ୪:୪୦ ବେଳେ ଘର ଅଗଣାରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା। ସୂଚନା ମିଳିବା ପରେ ଗିଦ୍ଧା ପୁଲିସ ଚୌକିରୁ ଟିମ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ଶିଶୁର ସନ୍ଧାନ ପାଇଁ ପୁଲିସ ଅଧୀକ୍ଷକ ରୂପେଶ ଖଡ୍କାଙ୍କ ନେତୃତ୍ୱରେ ୬୦ ଜଣ ପୁଲିସ କର୍ମଚାରୀଙ୍କ ଟିମ୍ ନିୟୋଜିତ କରାଯାଇଥିଲା। ପ୍ରଶିକ୍ଷିତ ସନ୍ଧାନୀ କୁକୁରଙ୍କ ସହାୟତାରେ ମଧ୍ୟ ଘଟଣାସ୍ଥଳ ଏବଂ ଆଖପାଖ ଅଂଚଳରେ ତଲାସୀ ଅଭିଯାନ ଚଳାଯାଇଥିଲା। ଜାଂଚ ସମୟରେ ଜଣାପଡ଼ିଥିଲା ଯେ କମଲା ନଗରପାଳିକାର ପ୍ରାୟ ୪୧ ବର୍ଷୀୟ ପୁନିତା ଦେବୀ ପାସୱାନ ଶିଶୁଟିକୁ କଥିତ ଭାବେ ଅପହରଣ କରିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ମହିଳା ଶିଶୁଟିକୁ ବିଭିନ୍ନ ସ୍ଥାନକୁ ନେଇ ନେପାଳ ଏବଂ ଭାରତର ବିଭିନ୍ନ ଅଂଚଳରେ ଲୁଚାଇ ରଖୁଥିଲେ। ପୁଲିସ ଧନୁଷାର ସମସ୍ତ ସୀମା ନାକାରେ ୨୪ ଘଂଟିଆ ନଜରଦାରି ବଢ଼ାଇବା ସହିତ ବୈଷୟିକ ତଦନ୍ତ ମାଧ୍ୟମରେ ମହିଳା ଏବଂ ଶିଶୁର ସନ୍ଧାନ ତୀବ୍ର କରିଥିଲା।ପୁଲିସର ଘେରାବନ୍ଦୀ ପରେ ୧୪ ସେପ୍େଟମ୍ବର ଦିନ ଦ୍ୱିପ୍ରର ପ୍ରାୟ ୩:୩୫ ବେଳେ ମହିଳା ଶିଶୁଟିକୁ ନିଜ ଘରଠାରୁ ପ୍ରାୟ ୩୦୦ ମିଟର ଦକ୍ଷିଣରେ ରାସ୍ତା କଡ଼ରେ ଛାଡ଼ି ଫେରାର ହୋଇଯାଇଥିଲେ। ପୁଲିସ ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଶିଶୁର ଅବସ୍ଥା ସାଧାରଣ ଥିବା କୁହାଯାଇଛି।ଆରୋପୀ ମହିଳା ପୁନିତା ଦେବୀ ପାସୱାନଙ୍କୁ ପୁଲିସ ସେହି ଦିନ ସନ୍ଧ୍ୟା ପ୍ରାୟ ୩:୪୫ ବେଳେ ଭାରତ ଆଡ଼କୁ ପଳାଇବା ସମୟରେ ମହିନାଥପୁର ସ୍ଥିତ ଦଶଗଜା ସୀମା ଅଂଚଳରୁ ଗିରଫ କରିଥିଲା।

-------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande