


ବଲାଙ୍ଗିର, ୧୫ ସେପ୍ଟେମ୍ବର (ହି.ସ.) - ବଲାଙ୍ଗିର ପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀଙ୍କ ପୀଠରେ ବିଶୁଦ୍ଧ ଲଗ୍ନ ଅନୁସାରେ ନବାନ୍ନ ଲାଗି ହୋଇଥିଲା । ପାଶ୍ୱର୍ ଦେବାଦେବୀ ପୂଜା ସହ ମାଁଙ୍କ ଗୁପ୍ତନୀତିରେ ନବାନ୍ନ ଲାଗି ପୂର୍ବକ ମହା ଆଳତି ହୋଇଥିଲା । ମାଁଙ୍କ ପାଖରେ ସ୍ୱତନ୍ତ୍ର ଭୋଗ ସହ ନୂଆଁ ଅନ୍ନ ଲାଗି ହୋଇଥିଲା । ମନ୍ଦିର ତରଫରୁ ଭକ୍ତମାନଙ୍କ ପାଇଁ ନବାନ୍ନ ପ୍ରସାଦ ନେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ଇଷ୍ଟଦେବୀ ଙ୍କ ଲାଗି ପ୍ରସାଦ ନେଇ ଜନତା ନିଜ ଘରେ ପରିବାର ସହ ନବାନ୍ନ ଭକ୍ଷଣ କରିଥିଲେ । ନବାନ୍ନ ନେବା ପାଇଁ ଓ ଦର୍ଶକ ପାଇଁ ମନ୍ଦିରରେ ଅନେକ ଭିଡ ଲାଗିଥିଲା । ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜ କନକ ବର୍ଦ୍ଧନ ସିଂଦେଓ, ମାଁ ଙ୍କ ଦର୍ଶନ କରି ନବାନ୍ନ ଗ୍ରହଣ କରିଥିଲେ ପୂଜକ ଅଭିନାଶ ଦିଶ୍ରୀ ସହଯୋଗ କରିଥିଲେ । ମନ୍ଦିରରେ ଭକ୍ତମାନଙ୍କ ପାଇଁ ୨ହଜାରରୁ ଉର୍ଦ୍ଧ୍ୱ ନବାନ୍ନ ଭୋଗ ପାଇଥିଲେ ଏବଂ ଭିଡ ଲାଗି ରହିଛି । ବିଭିନ୍ନ କମିଟି ସହ ଦେବାଳୟ ସୁରକ୍ଷା କମିଟିର ସଂପାଦକ ପ୍ରଶାନ୍ତ ମହାକୁର ଓ ରିଂଟୁ ସାହୁ, ଅଙ୍କିତା ଦିଶ୍ରୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ