ଭୁବନେଶ୍ୱର ମହାନଗର ନିଗମ ୫୫ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)ଆଗାମୀ ପୌର ନିର୍ବାଚନକୁ ଓଡ଼ିଶା ଜନତା କଂଗ୍ରେସ ଗୁରୁତର ସହ ନେଉଥିବା ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାଂଗଠନିକ ଶକ୍ତିବୃଦ୍ଧି ନିମନ୍ତେ ଓଜେସି ପକ୍ଷରୁ ଭିନ୍ନ
ଭୁବନେଶ୍ୱର ମହାନଗର ନିଗମ ୫୫ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ


ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)ଆଗାମୀ ପୌର ନିର୍ବାଚନକୁ ଓଡ଼ିଶା ଜନତା କଂଗ୍ରେସ ଗୁରୁତର ସହ ନେଉଥିବା ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାଂଗଠନିକ ଶକ୍ତିବୃଦ୍ଧି ନିମନ୍ତେ ଓଜେସି ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବିଏମସିର ବିଭିନ୍ନ ୱାର୍ଡରେ ସାଂଗଠନିକ ବୈଠକ ଆୟୋଜନ କରାଯାଇ ଏଥିରେ ନିଜେ ମହମ୍ମଦ ମୋକିମ୍ ଉପସ୍ଥିତ ମଧ୍ୟ ରହୁଛନ୍ତି। ଏହି କ୍ରମରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ ୫୫ ନମ୍ବର ୱାର୍ଡରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଅଛି । ଦଳର ଯୁବନେତା ଆଦିତ୍ୟ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରେ ଏକ ବୈଠକରେ ମୁଖ୍ୟ ଅତିଥି ଭାବେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ଯୋଗ ଦେଇଥିଲେ । ସେ ସ୍ଥାନୀୟ କର୍ମକର୍ତ୍ତା ମାନଙ୍କ ସହିତ ୱାର୍ଡର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଲୋକମାନେ ପିଇବା ପାଣି ଭଳି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । ରାସ୍ତାଘାଟ ଠାରୁ ଆରମ୍ଭ କରି ନାଳନର୍ଦ୍ଦମା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମସି କର୍ତ୍ତୃପକ୍ଷ ଓ ସ୍ଥାନୀୟ ନେତୃତ୍ୱ ବିଫଳ ହୋଇଥିବା ସେ କହିଥିଲେ । ଓଜେସି ସାଧାରଣ ଲୋକଙ୍କ ଦଳ ଭାବେ ଭୁବନେଶ୍ୱରବାସୀଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ସ୍ୱର ହେବ ବୋଲି ସେ ଅଭିଭାଷଣ ରଖିଥିଲେ ।

ଦଳ ପକ୍ଷରୁ ଭୁବନେଶ୍ୱର ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି, ଉପସଭାପତି ପ୍ରଦୀପ ପ୍ରଧାନ, ନଯିବୁର ରେହମାନ ଖାନ, ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, କୃଷକ ଜନତା କଂଗ୍ରେସ ସଭାପତି ସଂଗ୍ରାମ କିଶୋର ମାଝୀ, ସାଧାରଣ ସମ୍ପାଦକ ସୋମନାଥ ରାଉତ, ସମ୍ପାଦିକା ସୋନାଲି ମହାପାତ୍ର, ସୀତା ସାହୁ ଓ ସସ୍ମିତା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ୫୫ ନମ୍ବର ୱାର୍ଡ ଅଞ୍ଚଳରେ ଓଜେସିର ସାଂଗଠନିକ ଶକ୍ତି ବୃଦ୍ଧି ନିମନ୍ତେ ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ଅଞ୍ଚଳର ଅଶୋକ ଭୋଇ, ଗୀତାଞ୍ଜଳୀ ଦେବୀ, ସ୍ୱର୍ଣ୍ଣପ୍ରଭା ଦେବୀ, ରାଜେଶ ନାୟକ, ଗଣେଶ ବାବୁ, ଜଗୁ ନାୟକ, ସୁଶାନ୍ତ ଭୋଇ, ବନୀତା ଭୋଇ ଓ କବିତା ବେହେରା ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande