ଜ୍ୟୋତି ଏକାଦଶ ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦଯାପିତ, ଓଏମପି ଝାରସୁଗୁଡ଼ା ଚାମ୍ପିୟନ୍
OMP jharsuguda win the final
ଜ୍ୟୋତି ଏକାଦଶ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ


ଝାରସୁଗୁଡ଼ା,୧୫ ସେପ୍ଟେମ୍ବର (ହି.ସ.) - କୋଲାବିରା ବ୍ଲକ ଅନ୍ତର୍ଗତ କୁଲିହାମାଲ ମିନି ଷ୍ଟାଡିୟମ ନୂଆଁଖାଇ ଉପଲକ୍ଷେ ଅଗଷ୍ଟ ମାସ ୮ ତାରିଖରୁ ଚାଲିଥିବା ବହୁ ପ୍ରସିଦ୍ଧ ଜ୍ୟୋତି ଏକାଦଶ ଫୁଟବଲ୍ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ କ୍ଲବ ଓଏମପି ଦଳ ୨-୧ ଗୋଳ ରେ ଏସଜି ବ୍ରଦରକୁ ହରାଇ ଚଳିତ ବର୍ଷ ଚାମ୍ପିୟନ୍ ହୋଇଛି । ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ଟି ୫ ହଜାର ରୁ ଉର୍ଦ୍ଧ ଦର୍ଶକ ଙ୍କୁ ମନମୁଗ୍ଧ କରିଥିଲା । ଖେଳକୁ ଜାତୀୟ ରେଫରୀ କାର୍ତିକ ଦାସ, ରେଫରି ଲେନିନ ପଟେଲ, ତୁଷାର ଲୋହାର ଓ ଲକ୍ଷ୍ମଣ କିସାନ ପରିଚାଳନା କରିଥିଲେ । ଶ୍ରୀକାନ୍ତ କଉଡ଼ି ଓ ଅମିୟ ପଟେଲ ଧାରାବିବରଣୀ ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚ ରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ କୁଲିହାମାଲ ଜ୍ୟୋତି ଏକାଦଶ ଟୁର୍ଣ୍ଣାମେଂଟ ଝାରସୁଗୁଡ଼ା ସହ ପଡ଼ୋଶୀ ସମସ୍ତ ଜିଲ୍ଲାରେ ପ୍ରସିଦ୍ଧି ଲାଭ କରିଛି । ଫୁଟବଲ୍ ବନ୍ଧୁତା ଭାବ ରଖି ଖେଳ ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟଅତିଥି ଚମ୍ପିଆନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ମଣ୍ଡଳ ସଭାପତି ରାଜେଶ ଦାଶ, ଉପସଭାପତି ସଞ୍ଜୟ ପୂଜାରୀ, ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ, ସାମ୍ବାଦିକ ସୁକାନ୍ତ ସାହୁ, ସମାସିଂହାର ପୂର୍ବତନ ସରପଂଚ କରୁଣାକର ସେଟ୍, ପୂର୍ବତନ ସରପଂଚ ଅଞ୍ଜନ ପଟେଲ,ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀ ଲକ୍ଷ୍ମଣ ନାଏକ, ଗ୍ରାମ୍ୟ କମିଟି ସଭାପତି ସୌରେନ୍ଦ୍ର ନାୟକ,ଅବସରପ୍ରାପ୍ତ ଶିକ୍ଷକ ସପ୍ନେଶ୍ୱର ନାଏକ ଓ ଖିତିଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଶ୍ରୀକାନ୍ତ କଉଡ଼ି ମଂଚ ପରିଚାଳନା କରିଥିଲେ । ଅନ୍ୟପକ୍ଷରେ ରାଏ କିଡ୍ସ ଓଏମପି ଝାରସୁଗୁଡ଼ା ଓ ଅଞ୍ଜୁ ଫୁଟବଲ୍ ଏକାଡେମୀ ବ୍ରଜରାଜନଗର ମହିଳା ଫୁଟବଲ ଦଳ ମଧ୍ୟରେ ଏକ ପ୍ରଦର୍ଶନୀ। ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ରେ ଯୁବନେତା ଦୁର୍ଗେଶ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏଥିରେ ଟୁର୍ଣ୍ଣାମେଂଟର ମୁଖ୍ୟ ଉଦ୍ୟକ୍ତା ନୀଳ ନାଏକ, ରାଜେଶ ପଟେଲଙ୍କ ସହ ଆୟୋଜକ ଜ୍ୟୋତି ଏକାଦଶ କ୍ଲବର ନିରଞ୍ଜନ କିସାନ, ଲିପୁନ ନାଏକ, ଅନିଲ କିସାନ, ଗୁଲବଦନ ଜଗତ, ଜଗଦୀଶ ନାଏକ, ଲକ୍ଷ୍ମଣ କିସାନ ଛବିଳ ନାଏକ, କ୍ଷୀରୋଦ ଜଗତଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande