ସେବା ସଂକଳ୍ପ ପକ୍ଷ ପାଳନ ପାଇଁ ପ୍ରସ୍ତୁତି
ମାଲକାନଗିରି , ୧୫ ସେପ୍ଟେମ୍ବର (ହି.ସ.) - ସେପ୍େଟମ୍ବର ୧୭ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ପକ୍ଷ’ ପାଳନ କରାଯିବ। ଏନେଇ ବିଜେପି ଜିଲ୍ଲା ପ୍ରଭାରୀ ରମେଶ ଜେନା ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେଇଛନ୍ତି। ସେପ୍େଟମ୍ବର ୧୭ ତାରିଖ ଭାରତର ପ୍ରଧ
ସେବା ସଂକଳ୍ପ ପକ୍ଷ ପାଳନ ପାଇଁ ପ୍ରସ୍ତୁତି


ମାଲକାନଗିରି , ୧୫ ସେପ୍ଟେମ୍ବର (ହି.ସ.) - ସେପ୍େଟମ୍ବର ୧୭ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ପକ୍ଷ’ ପାଳନ କରାଯିବ। ଏନେଇ ବିଜେପି ଜିଲ୍ଲା ପ୍ରଭାରୀ ରମେଶ ଜେନା ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେପ୍େଟମ୍ବର ୧୭ ତାରିଖ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ସନ୍ଧ୍ୟା ସମୟରେ ଦୀପଉତ୍ସବ ସହ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ।

ସେହିପରି ୨୦୦୧ ଅକ୍ଟୋବର ୭ ତାରିଖରେ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ଦିନଟିକୁ ତାଙ୍କର ଜନସେବା ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବେ ସ୍ମରଣ କରାଯିବ।

ସେପ୍େଟମ୍ବର ୧୮ରୁ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ପ୍ରତିଯୋଗିତା ଓ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ। ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ମା’ମାନଙ୍କୁ ନେଇ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ।

ଏହି ଅବସରରେ ବିଭିନ୍ନ ସରକାରୀ ବିଭାଗ ନିଜ ନିଜ ଲୋକକଲ୍ୟାଣକାରୀ ଯୋଜନାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ଦେବେ। ସରକାରୀ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ବ୍ଲକ୍ ମୁଖ୍ୟାଳୟରେ ସମ୍ମିଳନୀ ମାଧ୍ୟମରେ ଏକତ୍ରିତ କରାଯାଇ ଯୋଜନାର ସୁଫଳ ଓ ଉପଲବ୍ଧ ସୁବିଧା ସମ୍ପର୍କରେ ଅବଗତ କରାଯିବ।

‘ସେବା ସଂକଳ୍ପ ପକ୍ଷ’ ମାଧ୍ୟମରେ ଜନସାଧାରଣଙ୍କ ସହ ଯୋଡ଼ିହୋଇ ସେବା, ସୁଶାସନ ଓ ଲୋକକଲ୍ୟାଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି ବୋଲି ଶ୍ରୀ ଜେନା କହିଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ଏକ ସର୍ବଗୁଣସମ୍ପନ୍ନ, ସମୃଦ୍ଧ ଓ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ‘ବିକଶିତ ଭାରତ’ ସ୍ୱପ୍ନକୁ ସାକାର କରିବା ଦିଗରେ ଏହି ସେବା ସଂକଳ୍ପ ପକ୍ଷ ଏକ ପ୍ରାକ୍ପ୍ରସ୍ତୁତି ବୋଲି ସେ ପ୍ରକାଶ କରିଛନ୍ତି।

ଅକ୍ଟୋବର ୭ ତାରିଖରେ ‘ସେବା ସଂକଳ୍ପ ପକ୍ଷ’ର ସମାପନ କାର୍ଯ୍ୟକ୍ରମ ହେବ। ଏହି ସମଗ୍ର ପକ୍ଷକୁ ସଫଳ କରିବା ପାଇଁ ଦଳୀୟ କର୍ମକର୍ତା ଓ କର୍ମୀମାନେ ଜନସାଧାରଣଙ୍କ ସହ ଯୋଡ଼ିହୋଇ କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande