
ଘଟଗାଁ, ୧୫ ସେପ୍ଟେମ୍ବର ( ହି. ସ ) - ଦୁର୍ବଳ ହେଉଛି ବିଜେଡି ସଂଗଠନ ବଢୁଛି ବିଜେପି ଲୋକ ପ୍ରିୟତା। ରାଜ୍ୟର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଘସିପୁରା ବିଧାନସଭା କ୍ଷେତ୍ର ଘଟଗାଁ ବ୍ଲକରେ ଧିରେ ଧିରେ ବିଜେଡି ସଂଗଠନ ଦୁର୍ବଳ ହେବାରେ ଲାଗୁଛି। ବ୍ଲକର ବିଭିହ୍ନ ଜୋନ ବିଜେଡି କର୍ମୀ ମାନେ ବିଜେପିକୁ ଚାଲି ଆସୁଥିବା ନଜର ରହୁଛି। ପ୍ରକାଶ ଥାଉକି ପୂର୍ବରୁ ଅନେକ ବିଜେଡି ନେତା ଓ କର୍ମୀ ବିଜେପି ଶିବିରରେ ବିଧିବଦ୍ଧ ଭାବରେ ଯୋଗ ଦେଇଥିବା ବେଳେ ନିକଟରେ ସାଂସଦଙ୍କ ଉପସ୍ଥିରେ ପଣ୍ଡାପଡା ଜୋନ ଆଗଧାଡିର ଟାଣୁଆ ବିଜେଡି ନେତା ପୂର୍ବତନ ବ୍ଲକ ଉପାଧ୍ୟାକ୍ଷା ଓ ଜିଲ୍ଲା ଉପ ସଭାପତି ରମେଶ ପଲେଇ ବିଧିବୋଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।ତାଙ୍କ ସହ ବସନ୍ତପୁର ପଂଚାୟତ ବିଜେଡି ସଭାପତି ଗଣେଶ୍ୱର ମହାନ୍ତ ସମେତ ସନ୍ତୋଷ ସାହୁ, ରତିକାନ୍ତ ମହାନ୍ତ, ସତ୍ୟସବ୍ରତ ମହାନ୍ତ ପ୍ରମୁଖ ବିଜେଡି ଛାଡି ସାଂସଦ ଅନନ୍ତ ନାୟକ ଉପସ୍ଥିତିରେ ବିଜେପିରେ ଯୋଗଦେଇଛନ୍ତି।ତେବେ ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଥିବା ବେଳେ ବିଜୁ ଜନତା ଦଳର ବହୁ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ବିଜେଡି ସଂଗଠନକୁ ଦୁର୍ବଳ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ