
ଭୁବନେଶ୍ୱର, ୧୫
ସେପ୍ଟେମ୍ବର (ହି.ସ.) : କଂଗ୍ରେସ ନେତା ରାହୁଲ
ଗାନ୍ଧୀଙ୍କ ସମ୍ଭାବ୍ୟ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ
ପାଇଛି। ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଗସ୍ତ
ଓଡ଼ିଶା ରାଜନୀତିରେ କୌଣସି ପ୍ରଭାବ ପକାଇବ ନାହିଁ।
ସେ କହିଛନ୍ତି ଯେ, ରାହୁଲଙ୍କ
ଗସ୍ତ କଂଗ୍ରେସର କିଛି କର୍ମୀଙ୍କୁ ଉତ୍ସାହିତ କରିପାରେ। କିନ୍ତୁ ଏହା ରାଜ୍ୟର ଭୋଟରଙ୍କ ଉପରେ
କୌଣସି ପ୍ରଭାବ ପକାଇବ ନାହିଁ। ଓଡ଼ିଶାବାସୀ ରାଜ୍ୟରେ କଂଗ୍ରେସର ଅତୀତର ଶାସନକୁ ଭୁଲିନାହାନ୍ତି
ବୋଲି ସେ ଦାବି କରିଛନ୍ତି।
ବିଗତ ଅନେକ ନିର୍ବାଚନରେ
କଂଗ୍ରେସର ଲଗାତାର ଅବନତି ଏହାର ପ୍ରମାଣ ବୋଲି ଅନୀଲ ବିଶ୍ୱାଳ କହିଛନ୍ତି। ଏଥିସହ ଦଳ ମଧ୍ୟରେ ରହିଥିବା
ଗୋଷ୍ଠୀ ବିବାଦ ମଧ୍ୟ କଂଗ୍ରେସର ସାଂଗଠନିକ ସ୍ଥିତିକୁ ଦୁର୍ବଳ କରିଥିବା ସେ ମତ ଦେଇଛନ୍ତି।
ରାହୁଲ ଗାନ୍ଧୀଙ୍କ ଗସ୍ତକୁ
ନେଇ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ,
ଏହାକୁ ନେଇ ବିଜେପିର ଏହି ପ୍ରତିକ୍ରିୟା ରାଜ୍ୟର ରାଜନୈତିକ ମହଲରେ
ଚର୍ଚ୍ଚାକୁ ଆସିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା