ନବାନ୍ନ ଖାଇବା ସହ ସମଲେଶ୍ୱରୀଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଆଜି ନୂଆଁଖାଇ ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିର ପରିସରରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମଣ୍ଡଳୀ, ମାନ୍ୟଗଣ୍ୟ
ନବାନ୍ନ ଖାଇବା ସହ     ସମଲେଶ୍ୱରୀଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଆଜି ନୂଆଁଖାଇ

ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର

ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିର ପରିସରରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମଣ୍ଡଳୀ, ମାନ୍ୟଗଣ୍ୟ

ବ୍ୟକ୍ତିବିଶେଷ, ରଙ୍ଗବତୀ ଫୋରମର ସଦସ୍ୟ,

ବୁଦ୍ଧିଜୀବୀ ଏବଂ ସାମ୍ବାଦିକ ବନ୍ଧୁମାନଙ୍କ ସହ ‘ନବାନ୍ନ’ ସେବନ କରିଛନ୍ତି

ଏହି ଅବସରରେ ସେ

ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ତାଙ୍କ ନିକଟରେ ସମସ୍ତଙ୍କର କଲ୍ୟାଣ ଓ ସମୃଦ୍ଧି ପାଇଁ

ପ୍ରାର୍ଥନା କରିଛନ୍ତି ।

ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ

ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଓଡ଼ିଶାର ଅନନ୍ୟ ପାରମ୍ପରିକ ପର୍ବ ‘ନୂଆଁଖାଇ’ରେ

ନବାନ୍ନର ସ୍ୱତନ୍ତ୍ର ସାଂସ୍କୃତିକ ଓ ଆଧ୍ୟାତ୍ମିକ ମାହାତ୍ମ୍ୟ ରହିଛି । ଆଜି ଭଳି ଏକ ପବିତ୍ର

ଦିନରେ ଅତିଥିମାନଙ୍କ ଗହଣରେ ଆମର ପରମ୍ପରା ଓ ନବାନ୍ନର ଆନନ୍ଦ ନେବା ଏକ ଅନନ୍ୟ ଅନୁଭୂତି । ମା’

ସମଲେଶ୍ୱରୀଙ୍କ ପାଖରେ ସମସ୍ତଙ୍କର କଲ୍ୟାଣ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande