ସମ୍ବଲପୁରରେ ନବାନ୍ନ ସେବନ କରି ନୂଆଁଖାଇ ପାଳିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ନୂଆଁଖାଇ ଅବସରରେ ସମ୍ବଲପୁର ଠାରେ ଦଳର ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ବାସଭବନରେ ''ନବାନ୍ନ'' ସେବନ କରି ନୂଆଁଖାଇ ପାଳିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାମଚନ୍ଦ୍ର
ନୂଆଁଖାଇ


ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ନୂଆଁଖାଇ

ଅବସରରେ ସମ୍ବଲପୁର ଠାରେ ଦଳର ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ବାସଭବନରେ 'ନବାନ୍ନ' ସେବନ

କରି ନୂଆଁଖାଇ ପାଳିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ।

ରାମଚନ୍ଦ୍ର ମେହେରଙ୍କ ପରିବାର ସଦସ୍ୟଙ୍କ ସହ ଏକାଠି ବସି ନବାନ୍ନ ଗ୍ରହଣ

କରିବା ସହ ସେ ପରିବାରର ସ୍ନେହ ଓ ଆତିଥେୟତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ଏହି ଅବସରରେ

ଶ୍ରୀ ପ୍ରଧାନ କହିଛନ୍ତି ଯେ, ନୂଆଁଖାଇ ହେଉଛି ଆମ ସଂସ୍କୃତି, ଏକତା, ସୌହାର୍ଦ୍ଦ୍ୟ

ଓ ଗୁରୁଜନଙ୍କ ପ୍ରତି ସମ୍ମାନର ଅନନ୍ୟ ପର୍ବ । ଏହି ଦିନ ଏକାଠି ହେବା ଓ ସାଥୀ ହୋଇ ନବାନ୍ନ

ଖାଇବା ଏହି ପର୍ବର ବିଶେଷତା । ସମସ୍ତଙ୍କୁ 'ନୂଆଁଖାଇ ଜୁହାର୍'

ଜଣାଇବା ସହ ମା’ ସମଲେଶ୍ୱରୀଙ୍କ ନିକଟରେ ଶ୍ରୀ ପ୍ରଧାନ ସମସ୍ତଙ୍କର

ସୁଖ, ଶାନ୍ତି

ଓ ସମୃଦ୍ଧି କାମନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande