
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଆଜି ପଶ୍ଚିମ
ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇ ଅବସରରେ
ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯାଇଛି। ମା' ସମଲେଶ୍ବରୀଙ୍କ ଠାରେ ଲାଗି ହୋଇଛି ନବାନ୍ନ। ନିର୍ଦ୍ଧାରିତ ଶୁଭ
ଲଗ୍ନରେ ଲାଗି ହୋଇଛି ନବାନ୍ନ । ଏହା ପରେ ଘରେ ଘରେ ନୂଆଁ ଖାଇଛନ୍ତି ପଶ୍ଚିମ ଓଡ଼ିଶାବାସୀ ।
କୃଷିଭିତ୍ତିକ ଗଣପର୍ବ
ନୂଆଖାଇ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ
ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ପୂର୍ବ ନିର୍ଦ୍ଧାରିତ ଶୁଭଲଗ୍ନ ଅନୁସାରେ ସକାଳ ୯ଟା
୪୦ରୁ ୯ଟା ୫୪ ମଧ୍ୟରେ ମା'ଙ୍କ ନିକଟରେ ନବାନ୍ନ ଅର୍ପଣ କରାଯାଯାଇଛି।
ଏହି ଦିନ ପ୍ରତି ଗ୍ରାମର
ପରିବାର ମାନେ ନିଜ ନିଜ ଘରେ ନୂଆଁ ଧାନ୍ ଗଛ ରୁ ସଗ୍ରହ କରି ଢ଼ିଙ୍କି ରେ କୁଟି ତାକୁ ଭାଜି
ଗୁଡ଼ ମିଶାଇ ଚୁରା କୁଣା ବନେଇ କରି ପ୍ରସାଦ ଲାଗିଥାଏ ଇଷ୍ଟଦେବୀ ମାଁ ସମଲେଶ୍ଵରୀ ଙ୍କଠାରେ
କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ
ରାନ୍ଧିଥାନ୍ତି । ଏହି କ୍ଷୀରି ନବାନ୍ନ ବା ନବାର୍ଣ୍ଣ ନାମରେ ଜଣା
। ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ
ସମସ୍ତଙ୍କୁ ବାଣ୍ଟିଥାନ୍ତି ।
ଗ୍ରାମ ବା ସହରର ପଡ଼ା
ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ
ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର
ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ
ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ
କରିଥାନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା