ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତି ସହ  ବିକ୍ରିଚାଲିଛି ଗୁପ ଚୁପ  , ପ୍ରଶାସନର ଚଢାଉ ଦାବି
ଜୟପୁର , 15 ସେପ୍ଟେମ୍ବର (ହି.ସ.)କୋରାପୁଟ ଜିଲାରେ ଅସ୍ୱାସ୍ଥ୍ୟ କର ପରିବେଶରେ ପ୍ରସ୍ତୁତ ଓ ବିକ୍ରିଚାଲିଛି ଗୁପଚୁପ୍ । କୋରାପୁଟ ଜିଲାର ଜୟପୁର ସହର, କୋରାପୁଟ, ସେମିଳିଗୁଡା, ବୋରିଗୁମ୍ମା, କୋଟପଡ ରେ ଚାଲିଛି ଜୋର ସୋରରେ ଗୁପ ଚୁପ ବେପାର । ଛୋଟ ଠାରୁ ବଡ ଯାଏ ଗୁପଚୁପ ନାଁ ଶୁଣିବା ମାତ୍ରେ ପାଟି
ଅସ୍ୱାସ୍ଥ୍ୟ ପରିବେଶରେ ପ୍ରସ୍ତୁତି ସହ  ବିକ୍ରିଚାଲିଛି ଗୁପ୍ଚୁପ୍  , ପ୍ରଶାସନର ଚଢାଉ ଦାବି


ଜୟପୁର , 15 ସେପ୍ଟେମ୍ବର (ହି.ସ.)କୋରାପୁଟ ଜିଲାରେ ଅସ୍ୱାସ୍ଥ୍ୟ କର ପରିବେଶରେ ପ୍ରସ୍ତୁତ ଓ ବିକ୍ରିଚାଲିଛି ଗୁପଚୁପ୍ । କୋରାପୁଟ ଜିଲାର ଜୟପୁର ସହର, କୋରାପୁଟ, ସେମିଳିଗୁଡା, ବୋରିଗୁମ୍ମା, କୋଟପଡ ରେ ଚାଲିଛି ଜୋର ସୋରରେ ଗୁପ ଚୁପ ବେପାର । ଛୋଟ ଠାରୁ ବଡ ଯାଏ ଗୁପଚୁପ ନାଁ ଶୁଣିବା ମାତ୍ରେ ପାଟିରୁ ଲାଳ ବୋହିଯାଇଥାଏ । ସେ ପୁଅ ହେଉ କି ଝିଅ, ଯୁବକ ହେଉକି ଯୁବତୀ, ପୁରୁଷ ହେଉକି ମହିଳା ପ୍ରାୟ ସମସ୍ତଙ୍କ ଗୁପଚୁପ ପ୍ରତି ଦୁର୍ବଳତା ଥାଏ । ଯେଉଁଥି ପାଇଁ କୋରାପୁଟ ଜିଲା ଜୟପୁର ସହର ତଥା ଏହାର ଆଖପାଖ ଅଞ୍ଚଳର ମୁଖ୍ୟରାସ୍ତା କଡର ରାଜ୍ୟ ବାହାରର ବହୁ ବ୍ୟବସାୟୀ ଠେଲାଗାଡିରେ ଗୁପଚୁପ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଗୁପଚୁପର ଚାହିଦାକୁ ଦୃଷ୍ଟିରେ ରଖି ବିଗତ କିଛି ବର୍ଷ ହେଲା ବିବାହ, ବ୍ରତ ସମେତ ଅନ୍ୟ କେତେକ ମାଙ୍ଗଳିକ କାର୍ଯ୍ୟକ୍ରମରେ ଓ ଭୋଜିଭାତରେ ବି ଗୁପଚୁପର ପସରା ପଡୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଦୁଃଖର କଥା ଏହି ଗୁପଚୁପ ବିକ୍ରୀ ସ୍ଥାନକୁ ଥରେଗଲେ ତାକୁ ଖାଇବାକୁ ଆଉ ମନ ବଳାଇବେ ନାହିଁ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଜୟପୁର ସହରର କେତେକ ମୁଖ୍ୟରାସ୍ତା ପାର୍ଶ୍ୱରେ ରାଜ୍ୟ ବାହାରର ବହୁ ଗୁପଚୁପ ବ୍ୟବସାୟୀ ସ୍ୱଚ୍ଛତା ଭୁଲି ଯାଇ ଅସ୍ୱାସ୍ଥ୍ୟକର ପରି ବେଶ ମଧ୍ୟରେ ଗୁପଚୁପ ବିକ୍ରୀ କରୁଥିଲେ ମଧ୍ୟ ଯାଞ୍ଚ କରିବା ଦିଗରେ ପ୍ରଶାସନର ପଦକ୍ଷେପ ନେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ର ିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ରାସ୍ତାକଡରେ ଠେଲାରେ ବିକ୍ରୀ ହେଉଥିବା ପାଟି ସୁଆଦିଆ ଗୁପଚୁପ ଖାଇ ବହୁ ବ୍ୟକ୍ତି ନାନା ପ୍ରକାର ପେଟରୋଗରେ ଆକ୍ରାନ୍ତ ହେଉଥିବା ମଧ୍୍ୟ ଅଭିଯୋଗ ହେଉଛି । ପାଟିକୁ ସୁଆଦ ଲାଗୁଥିବା ଗୁପଚୁପର ଆଳୁଚକଟା ଓ ଖଟା ପାଣିକୁ ବାହାର ରାଜ୍ୟର କେତେକ ବ୍ୟବସାୟୀ କେଉଁ ପରିବେଶରେ ତିଆରି କରୁଛନ୍ତି ତାହା ଯାଞ୍ଚ କରିବା ଦିଗରେ କାହାର ନଜର ପଡୁନଥିବା ଅଭିଯୋଗ ହେଉଛି । ଏହା ସତ୍ତ୍ୱେ ପାଟିକୁ ସୁଆଦ ଲାଗିବା ଓ ଜିହ୍ୱାଲାଳସାରେ ବହୁ ବ୍ୟକ୍ତି ଗୁପଚୁପ ପ୍ରତି ମୋହ ତୁଟାଇ ନପାରି ଶରୀର ପ୍ରତି କ୍ଷତିକାରକ ଥିଲେ ମଧ୍ୟ ତାହା ଖାଉଥିଲା ବେଳେ ଅସାଧୁ ଗୁପଚୁପ ବିକାଳୀ ମାଲାମାଲ ହେଉଥିବା ଚର୍ଜା ହେଉଛି । ଗୁପଚୁପ ଖାଇବା ପାଇଁ ବିଭିନ୍ନ ସ୍କୁଲ କଲେଜ ଠାରୁ ଆରମ୍ଭକରି ରାସ୍ତାକଡରେ ଗ୍ରାହକଙ୍କ ଭିଡ ଜମୁଛି । ଦୈନିକ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ଗୁପଚୁପ ବ୍ୟବସାୟ ଜୟପୁର ଅଞ୍ଚଳରେ ହେଉଥିବା ଆକଳନ କରାଯାଉଛି । ଓଡିଆ ବ୍ୟବସାୟୀଙ୍କ ଅପେକ୍ଷା ରାଜ୍ୟ ବାହାରର କେତେକ ବ୍ୟବସାୟୀ ଜୟପୁର ରେ ଗୁପଚୁପ ବେପାର କରିଆସୁଥିବା ଦେଖିବାକୁ ମିଳୁଛି । ବିନା ଫୁଡ ଲାଇସେନ୍ସରେ ଗୁପଚୁପ ବ୍ୟବାସାୟ କରୁଥିବା ବାହାର ରାଜ୍ୟର ବ୍ୟବସାୟୀମାନଙ୍କ ଉପରେ ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ଲଗାନଯିବା ଅନ୍ତରାଳରେ କି ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ । ବାସ୍ତବିକ ଭାବେ ରାସ୍ତାକଡରେ ବିକ୍ରୀ ହେଉଥିବା ଗୁପଚୁପ ଓ ଖଟାପାଣି ଗୁଡିକ ସ୍ୱାସ୍ଥ୍ୟ ପ୍ରତି ଉପଯୋଗୀ କି ନାହିଁ ତାହା ଯାଞ୍ଚ କରିବା ଜରୁରୀ ହୋଇପଡିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତ ୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ଓ ବିକ୍ରୀ ହେଉଥିବା ଗୁପଚୁପର ମାନ ଯାଞ୍ଚ କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦୃଢ ଦାବି ହୋଉଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande