
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)-ନୂଆଁଖାଇ ଭେଟଘାଟ
କାର୍ଯ୍ୟକ୍ରମରେ ଯୋଗ ଦେଇନପାରି ଉଦୟପୁର ଗସ୍ତ କରିଛନ୍ତି କେଭି ସିଂହଦେଓ ।
ଆଜି ସକାଳେ ବଲାଙ୍ଗିରଠାରେ
ସପରିବାର ଉପସ୍ଥିତ ରହି ନୂଆଁଖାଇ ପରମ୍ପରା ପାଳନ କରିବା ସହ ସମସ୍ତଙ୍କ ସହ ଶୁଭେଚ୍ଛା ବିନିମୟ
କରିଥିଲେ କେଭି ସିଂହଦେଓ।
ତେବେ ଏକ ଦୁଃଖଦ ଖବର ଯୋଗୁଁ ତାଙ୍କୁ
ତୁରନ୍ତ ଉଦୟପୁର ଯିବାକୁ ପଡ଼ିଛି।
ସୋସିଆଲ ହ୍ୟାଣ୍ଡେଲର ଏକ
ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ମୋ ଝିଅର ଶାଶୂ ଓ ମୋର ସମୁଦୁଣୀ, ମେୱାଡ଼ର
ରାଜମାତା ସାହିବା ଶ୍ରୀମତୀ ବିଜୟରାଜ କୁମାରୀ ଜୀ ଙ୍କ ନିଧନ ଖବର ପାଇ ମୋତେ ତୁରନ୍ତ ଉଦୟପୁର
ଅଭିମୁଖେ ଯାତ୍ରା କରିବାକୁ ପଡ଼ୁଛି। ଏହି ଅପ୍ରତ୍ୟାଶିତ ପରିସ୍ଥିତି ପାଇଁ ଆଜି ଜନସାଧାରଣଙ୍କ
ସହ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେଇପାରୁ ନଥିବାରୁ ସେ ଆନ୍ତରିକ ଦୁଃଖ ପ୍ରକାଶ
କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା